Below header

ପୁଣି ବିବାଦୀୟ ବୟାନ ଦେଇ ଫସିଲେ ବାବା ରାମଦେବ

ନୂଆଦିଲ୍ଲୀ : ପୁଣି ବିବାଦୀୟ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ଯାହାର ଦୁଇରୁ ଅଧିକ ପିଲା, ସେମାନଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରିବା ଦରକାର। ନିର୍ବାଚନ ଲଢ଼ିବାକୁ ବି ଅନୁମତି ଦେବା କଥା ନୁହଁ। ସେମାନଙ୍କୁ ସରକାରୀ ସ୍କୁଲ ଓ ହସ୍ପିଟାଲ ବ୍ୟବହାର କରିବାକୁ ଦିଆ ନଯାଉ।

ସରକାରୀ ଚାକିରି ବି ଦିଆ ନଯାଉ। ଯୋଗଗୁରୁଙ୍କ ଏଭଳି କହିବାର ତାତ୍ପର‌୍ୟ୍ୟ ପଛର କାରଣ ବି ଅଜବ। ଏଭଳି କଲେ ଆପେ ଆପେ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି ରାମ ଦେବ। ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଯୋଗଗୁରୁଙ୍କ ଏଭଳି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.