ପୁଣି ଆଜି ଇସ୍ରୋ ଦୁଇଟି ସାଟେଲାଇଟ୍ ପଠାଇବ ମହାକାଶ  

ନୂଆଦିଲ୍ଲୀ : ପିଏସ‌ଏଲଭି ଜରିଆରେ ଆଜି ଆଉ ଦୁଇଟି ସାଟେଲାଇଟ୍‌ ମହାକାଶକୁ ପଠାଇବ ଇସ୍ରୋ। ଗୋଟିଏ ଡିଆରଡିଓର ମାଇକ୍ରୋସାଟ୍‌-R ଏବଂ ଅନ୍ୟଟି ଚେନ୍ନାଇ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କଲାମ ସାଟ୍‌। PSLV-C44 ରକେଟଟି PSLVର ନୂଆ ଭର୍ସନ। ଏଥିରେ ୪ଟି ଷ୍ଟେଜ୍‌ ରହିଛି। ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବା ପରେ ଚତୁର୍ଥ ଷ୍ଟେଜ୍‌ଟି ଉପରକୁ ଯାଇ ମହାକାଶରେ ଛଅ ମାସ ପର‌୍ୟ୍ୟନ୍ତ ସକ୍ରିୟ ରହିବ। ତାହା ଗବେଷଣା ପାଇଁ ବ୍ୟବହାର ହେବ। ସାଧରଣତଃ ସାଟେଲାଇଟ୍‌କୁ କକ୍ଷପଥରେ ଅବସ୍ଥାପିତ କରିବା ପରେ ରକେଟ୍‌ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ। କିନ୍ତୁ PSLV-C44 ର ଚତୁର୍ଥ ଷ୍ଟେଜ୍‌ଟି ଛଅ ମାସ ଯାଏ ସକ୍ରିୟ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.