ରାୟଗଡ଼ା : ପୋଲିସ ହାତରେ ୪ ଜଣ ନକଲି ମାଓବାଦୀ

ରାୟଗଡ଼ା (କେନ୍ୟୁଜ୍) : ୪ ଜଣ ନକଲି ମାଓବାଦୀକୁ ଗିରଫ କରିଛି ରାୟଗଡ଼ା ପୋଲିସ। ସେମାନଙ୍କଠାରୁ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଛି। ଏହାସହ ତିନିଟି ମୋବାଇଲ ଫୋନ, ସିମ୍ ଓ ମାଓପୋଷ୍ଟର ଜବତ କରିଛି ପୋଲିସ। ଏହି ୪ ଜଣ କାଶିପୁର ଥାନା ଜଲଖୁରା ଗାଁର ବୋଲି ଜଣା ପଡିଛି। ଗତ ୧୯ ତାରିଖ ଦିନ ଏହି ୪ ଜଣ କୁପାଖାଲର ଜଣେ ବ୍ୟକ୍ତିଙ୍କଠାରୁ ମାଓବାଦୀ ନାଁରେ ଧମକ ଦେଇ ୧୦ ଲକ୍ଷ ଟଙ୍କା ଠକି ନେଇଥିଲେ। ସେହିପରି ଗତ ଡିସେମ୍ବର ମାସରେ ପୋଷ୍ଟର ମାରି କୁପାଖଲ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ।