କିଏ ହେବେ ସିବିଆଇର ପରବର୍ତ୍ତୀ ମୁଖ୍ୟ : ନୂଆ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସିଲେକସନ୍ କମିଟି ବୈଠକ

କିଏ ହେବେ ସିବିଆଇର ପରବର୍ତ୍ତୀ ମୁଖ୍ୟ? ନୂଆ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସିଲେକ୍ସନ କମିଟି ବୈଠକ। ୩ଜଣିଆ କମିଟିରେ ଅଛନ୍ତି ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତା। ଦିଲ୍ଲୀ ସ୍ଥିତ ସେଭେନ୍ ଲୋକ କଲ୍ୟାଣ ମାର୍ଗରେ ଏହି ବୈଠକ ବସିବ। ନୂଆ ସିବିଆଇ ନିର୍ଦ୍ଦେଶକ ନେଇ ବିଚାରବିମର୍ଶ କରାଯିବ। ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ବରିଷ୍ଠତା, ଦକ୍ଷତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟତା ରକ୍ଷା କରିବାରେ ପାରଙ୍ଗମ ୧୭ଜଣିଆ ବରିଷ୍ଠ ଅଧିକାରୀଙ୍କ ତାଲିକାକୁ କାର୍ମିକ ବିଭାଗକୁ ପଠାଇଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ।

କାର୍ମିକ ବିଭାଗ ୧୭ ଜଣଙ୍କ ମଧ୍ୟରେ ୪-୫ ଅଧିକାରୀଙ୍କ ନାଁ ସିଲେକ୍ସନ କମିଟିକୁ ପଠାଇଛି। ଆଜି ସିଲେକସନ୍ କମିଟିରେ ଆଲୋଚନା ପରେ ନୂଆ ସିବିଆଇ ନିର୍ଦ୍ଦେଶକଙ୍କ ନାଁରେ ମୋହର ବାଜିବ। ନିକଟରେ ବିବାଦୀୟ ପରିସ୍ଥିତିରେ ସିବିଆଇ ନିର୍ଦ୍ଦେଶକ ପଦରୁ ତାଙ୍କୁ ହଟାଇ ଦେଇଥିଲେ କେନ୍ଦ୍ର ସରକାର। ତାଙ୍କ ପରେ ସିବିଆଇ ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିବା ବେଳେ ଏମ୍. ନାଗେଶ୍ୱର ରାଓ ଅନ୍ତରୀଣ ସିବିଆଇ ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଉଛନ୍ତି।

cbi

ସିବିଆଇ ମୁଖ୍ୟ ପଦବୀ ଦୌଡ଼ରେ ୨ ଓଡ଼ିଆ ଆଇପିଏସ୍ ଅଧିକାରୀ। ସର୍ଟ ଲିଷ୍ଟ ହୋଇଛନ୍ତି ୧୭ ଜଣ। ସେମାନଙ୍କ ମଧ୍ୟରେ ଅଛନ୍ତି, ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ କେରଳ ଡିଜିପି ଲୋକନାଥ ବେହେରା।
ଏବେ ଆସନ୍ତୁ ନଜର ପକାଇବା ସମ୍ଭାବ୍ୟ ୧୭ଜଣିଆ ତାଲିକା ଉପରେ। ୧୯୮୩ ବ୍ୟାଚର ବରିଷ୍ଠ ଅଧିକାରୀ ତାଲିକାରେ ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ, ଗୃହ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ରିନା ମିତ୍ରା, ସିଆରପିଏଫ ଡିଜି ରାଜୀବ ରାୟ ଭଟ୍ଟନାଗର ଦୌଡ଼ରେ ଆଗରେ ଅଛନ୍ତି। ତାଲିକାର ଅନ୍ୟ ଅଧିକାରୀମାନେ ହେଲେ ୧୯୮୪ ବ୍ୟାଚର ଅଧିକାରୀ ଏନଆଇଏ ଡିଜି ୱାଇ. ସି. ମୋଦି, ଏନଏସଜି ଡିଜି ସୁଦୀପ ଲଖଟାକିଆ, ବ୍ୟୁରୋ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଡିଜି ଏପି ମାହେଶ୍ୱରୀ, ଏନଆଇସିଏଫଏସ ନିର୍ଦ୍ଦେଶକ ଏସ ଜାଭେଦ ଅଦମ୍ମଦ, ବିଏସଏଫ ଡିଜି ରଜନୀକାନ୍ତ ମିଶ୍ରା, ସଶସ୍ତ୍ର ସୀମା ବଳ ଡିଜିି ଏସ ଏସ ଦେଶୱାଲ ।

ସିବିଆଇ କାର‌୍ୟ୍ୟରେ ବହୁ ଦିନର ଅଭିଜ୍ଞତା ହେତୁ ଜାଭେଜ ଅଦମ୍ମଦଙ୍କ ନାଁ ଚର୍ଚ୍ଚାର ଆଗରେ ରହିଛି । ୧୯୮୫ ବ୍ୟାଚର ସର୍ଟଲିଷ୍ଟ ତାଲିକାରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ଆଇପିଏସ ଅଧିକାରୀ। ଦିଲ୍ଲୀ ପୋଲିସ କମିସନର ଅମୂଲ୍ୟ ପଟ୍ଟନାୟକ ଓ କେରଳ ଡିଜିପି ଲୋକନାଥ ବେହେରା। ଅମୂଲ୍ୟ ପଟ୍ଟନାୟକ ଅରୁଣାଚଳ, ଗୋଆ, ମିଜୋରାମ ଏବଂ ୟୁନିଅନ ଟେରିଟୋରିଜ୍ କ୍ୟାଡର ଆଇପିଏସ୍। ଲୋକନାଥ ବେହେରା କେରଳ କ୍ୟାଡର ଆଇପିଏସ୍ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.