AirAsia ସିଇଓ ବିନା ସାର୍ଟରେ ନେଲେ ମ୍ୟାନେଜମେଣ୍ଟ୍‌ର ମିଟିଂ, ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର

ଏୟାର ଏସିଆର ସିଇଓ ଟୋନି ଫର୍ଣ୍ଣାଣ୍ଡିସଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ୍‌ କରାଯାଉଛି। ଏଥିରେ ଏୟାର ଏସିଆ ସିଇଓ ବିନା ସାର୍ଟରେ ମସାଜ ଉପଭୋଗ କରୁଥିବା ଦେଖାଯାଉଛନ୍ତି। ସେ ନିଜେ ଏହି ଫଟୋକୁ ଲିଙ୍କଡଇନରେ ସେୟାର କରିଛନ୍ତି ଏବଂ ଲୋକମାନଙ୍କୁ କହିଛନ୍ତି ଯେ ସେ ଏଭଳି ଢଙ୍ଗରେ ମଧ୍ୟ ମ୍ୟାନେଜମେଣ୍ଟର ମିଟିଂରେ ସାମିଲ ହୋଇଥିଲେ।

କିନ୍ତୁ ସେପଟେ ସୋସିଆଲ ମିଡିଆର ୟୁଜରମାନେ ଏହି ଫଟୋକୁ ଦେଖି ସିଇଓଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଲୋକେ ପ୍ରଶ୍ନ କରୁଛନ୍ତି କି, ଯଦି ଆପଣଙ୍କ କର୍ମଚାରୀମାନେ ମଧ୍ୟ ଏଭଳି ଢଙ୍ଗରେ କାମ କରିବା ଆରମ୍ଭ କରିବେ, ତା’ ହେଲେ କ’ଣ ମ୍ୟାନେଜମେଣ୍ଟ୍‌ ଏହାକୁ ସ୍ୱୀକାର କରିବ?

ଟୋନି ଫର୍ଣ୍ଣାଣ୍ଡିସ୍ ନିଜର ଫଟୋ ସେୟାର କରି ଲେଖିଛନ୍ତି, ଏକ ଚାପଗ୍ରସ୍ତ ସପ୍ତାହ ପରେ ଭେରାନିତା ଜୋସେଫିନ୍‌ ମସାଜ୍‌ର ପରାମର୍ଶ ଦେଇଥିଲେ। ସେ ଆହୁରି ଲେଖିଛନ୍ତି, ମୋତେ ଇଣ୍ଡୋନେସିଆ ଏବଂ ଏୟାର ଏସିଆର କଲ୍‌ଚର ବହୁତ ଭଲ ଲାଗେ, କାରଣ, ମୁଁ ଏଠାରେ ମସାଜ କରିବା ସମୟରେ ମ୍ୟାନେଜମେଣ୍ଟ୍‌ର ମିଟିଂରେ ସାମିଲ ହୋଇପାରିବି।

ହେଲେ ଲିଙ୍କଡଇନ ବ୍ୟବହାରକାରୀମାନେ ଏୟାର ଏସିଆ ସିଇଓଙ୍କ ଏଭଳି ଢଙ୍ଗକୁ ଆଦୌ ପସନ୍ଦ କରିନାହାନ୍ତି। ଅନେକ ଲୋକ ଏହି ଅଙ୍ଗଭଙ୍ଗୀକୁ ଭୁଲ୍‌ ବୋଲି ଦର୍ଶାଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.