ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ ସମାରୋହ: ଆଲିଆ ଭଟ୍ଟ, ଅଲ୍‌ଲୁ ଅର୍ଜୁନ ଏବଂ କ୍ରିତି ସାନନଙ୍କୁ ମିଳିଲା ସମ୍ମାନ, ଓ୍ଵାହିଦା ରେହମାନଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆଓ୍ଵାର୍ଡ

୬୯ତମ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଛି । ଆଲିଆ ଭଟ୍ଟ ଏବଂ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ଵାର୍ଡ ମିଳିଥିବା ବେଳେ ଅଲ୍‌ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ମିଳିଛି । ସେହିପରି ଓ୍ଵାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଛି । ଆଲିଆ ଭଟ୍ଟ ଏବଂ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ଵାର୍ଡ ମିଳିଥିବା ବେଳେ ଅଲ୍‌ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ ମିଳିଛି । ସେହିପରି ଓ୍ଵାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି ।

ଆଲିଆ ଭଟ୍ଟଙ୍କୁ ଫିଲ୍ମ ଗଙ୍ଗୁବାଇ କାଠିୟାଓ୍ଵାଡି ଏବଂ କ୍ରିତି ସାନନଙ୍କୁ ମିମି ଫିଲ୍ମ ପାଇଁ ଆଓ୍ଵାର୍ଡ ମିଳିଛି । ସେହିପରି ଅଲ୍‌ଲୁ ଅର୍ଜୁନଙ୍କୁ ଫିଲ୍ମ ପୁଷ୍ପା ପାଇଁ ଆଓ୍ଵାର୍ଡ ମିଳିଛି । ପଙ୍କଜ ତ୍ରିପାଠୀଙ୍କ ଶ୍ରେଷ୍ଠ ସହ ଅଭିନେତା ଏବଂ ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ଆଓ୍ଵାର୍ଡ ମିଳିଛି । ଶ୍ରେୟା ଘୋଷାଲ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ବିବେଚିତ ହୋଇଛନ୍ତି । ବେଷ୍ଟ୍‍ କୋରିଓଗ୍ରାଫି ଏବଂ ବେଷ୍ଟ୍‍ ଆକ୍ସନ ଡାଇରେକ୍ସନ ପାଇଁ ଆଓ୍ଵାର୍ଡ ଜିତିଛି ‘ଆର୍‌ଆର୍‌ଆର୍‌’ ।

ବେଷ୍ଟ୍‍ ନର୍ଗିସ୍‌ ଦତ୍ତ ଆଓ୍ଵାର୍ଡ ଫର୍‌ ବେଷ୍ଟ୍‍ ଫିଲ୍ମ ଅନ୍‌ ନ୍ୟାସନାଲ ଇଣ୍ଟିଗ୍ରେସନ: ଦ କାଶ୍ମୀର ଫାଇଲ୍‌

ବେଷ୍ଟ୍‍ କଷ୍ଟ୍ୟୁମ୍‌ ଡିଜାଇନର୍‌: ସର୍ଦ୍ଦାର ଉଦ୍ଧମ ସିଂ

ବେଷ୍ଟ୍‍ ପ୍ରଡକ୍ସନ ଡିଜାଇନର୍‌: ସର୍ଦ୍ଦାର ଉଦ୍ଧମ ସିଂ

ବେଷ୍ଟ୍‍ ଏଡିଟିଂ: ଗଙ୍ଗୁବାଇ କାଠିଆଓ୍ଵାଡି

ବେଷ୍ଟ୍‍ ସିନେମାଟୋଗ୍ରାଫି: ସର୍ଦ୍ଦାର ଉଦ୍ଧମ ସିଂ

ଶ୍ରେଷ୍ଠ ସହ ଅଭିନେତ୍ରୀ: ପଲ୍ଲବୀ ଜୋଶୀ (ଦ କାଶ୍ମୀର ଫାଇଲ୍‌)

ଶ୍ରେଷ୍ଠ ଶିଶୁ କଳାକାର: ଭାବିନ୍‌ ରବାରୀ

ଶ୍ରେଷ୍ଠ ନିର୍ଦ୍ଦେଶନା: ନିଖିଲ ମହାଜନ (ଗୋଦାବରୀ-ଦ ହୋଲି ଓ୍ଵାଟର)

ସ୍ପେଶାଲ ଜୁରୀ ଆଓ୍ଵାର୍ଡ: ଶେର୍‌ଶାହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.