Below header

ଯାତ୍ରୀଙ୍କ ନବଜାତ ଶିଶୁଙ୍କୁ ଚୁପ କରାଇବାକୁ ଯାଇ ସ୍ତନ୍ୟପାନ କରାଇଲେ ଏୟାରହଷ୍ଟେସ, ସୋସିଆଲ ମିଡିଆରେ ହେଲା ପ୍ରଶଂସା

ମନିଲା : ବିମାନ ଯାତ୍ରା ସମୟରେ ଏକ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇ ସୋସିଆଲ ମିଡିଆରେ ଲୋକପ୍ରିୟତା ସାଉଁଟୁଛନ୍ତି ଜଣେ ଏୟାରହଷ୍ଟେସ। ସୂଚନା ଅନୁଯାୟୀ, ଯାତ୍ରା ସମୟରେ ନବଜାତର ମାଁଙ୍କ ପାଖରେ ଦୁଧ ପାଉଡର ଶେଷ ହୋଇଯାଇଥିଲା । ଯାହାଫଳରେ ଭୋକରେ କାନ୍ଦିବା ବନ୍ଦ କରିନଥିଲା ନବଜାତ ଶିଶୁ। ଏହାକୁ ଦେଖି ଯାତ୍ରୀଙ୍କୁ ସହାୟତା କରିବାକୁ ଆଗକୁ ବଢ଼ିଥିଲେ ୨୪ବର୍ଷୀୟ ଏୟାରହଷ୍ଟେସ୍ ପ୍ରତିଶା ଆରଗନେ। ଶିଶୁଟିର କଷ୍ଟ ସହି ନପାରି ସେ ନିଜେ ଶିଶୁକୁ ସ୍ତନ୍ୟପାନ କରାଇଥିଲେ । ଖାଲି ସେତିକି ନୁହଁ, ଏହି ଘଟଣାକୁ ନିଜ ଫେସବୁକରେ ମଧ୍ୟ ପ୍ରତିଶା ଶେୟାର କରିଥିଲେ। ଯାହା ଫଳରେ ତାଙ୍କର ଭୁରି ଭୁରି ପ୍ରଶଂସା ହୋଇଥିଲା ।

mother-daughter 2

ପ୍ରତିଶା ସ୍ତନ୍ୟପାନ କରାଇବା ସମୟର ଏକ ଫଟୋ ଶେୟାର କରିବା ସହ ଏଥିରେ ଲେଖିଥିଲେ, ବିମାନର ଉଡ଼ାଣ ପୂର୍ବରୁ ସବୁକିଛି ଠିକ୍ ରହିଥିଲା। କିନ୍ତୁ ବିମାନ ଯାତ୍ରା ମଧ୍ୟରେ ହଠାତ୍ ଶିଶୁଟି କାନ୍ଦିବା ଆରମ୍ଭ କରି ଦେଇଥିଲା। ଫଳରେ ମୁଁ ଶିଶୁଟିକୁ ଖୁଆଇବା ପାଇଁ ତାର ମା’କୁ କହିଥିଲି । କିନ୍ତୁ ତାଙ୍କ ପାଖରେ ଦୁଧ ପାଉଡର ନଥିଲା। ଏପରିକି ଏୟାରଲାଇନ୍ ପାଖରେ ମଧ୍ୟ ଶୁଶୁକୁ ଖୁଆଇବା ପାଇଁ କିଛି ନଥିଲା। ଯାହାଫଳରେ ଶିଶୁଟି ଭୋକରେ କାନ୍ଦୁଥିଲା । ଅନ୍ଯ ଯାତ୍ରୀମାନଙ୍କର ଅସୁବିଧା ହେଉଥିବା ବେଳେ ପିଲାର କାନ୍ଦ ଆଦୌ ବନ୍ଦ ହେଉନଥିଲା ।ଯାହା ମତେ ବହୁତ କଷ୍ଟ ଦେଇଥିଲା । ଏହାପରେ ମୁଁ ବିମାନ ଅଧିକାରୀ ଶେରିଲଙ୍କ ସାହାଯ୍ୟ ନେଇ ଶିଶୁଟିକୁ ସ୍ତନ୍ୟପାନ କରାଇଥିଲି।

ଏହି ଘଟଣା ପଦାକୁ ଆସିବା ପରେ ଏୟାରଲାଇନ୍ସ ତାଙ୍କର ପ୍ରମୋସନ କରିଥିଲେ। କିନ୍ତୁ ପ୍ରତିଶା କହିଛନ୍ତି ମୋର ଏଭଳି କାମ କୌଣସି ପ୍ରମୋସନ ନୁହଁ ବରଂ ଏକ ମହତ୍ କାମ ପାଇଁ ଥିଲା। କାରଣ ମୁଁ ବି ଜଣେ ମହିଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.