ବର୍ଷକରେ ବଦଳିଛି ଦେଶର ୨୫ଟି ସହରର ନାମ, ଜାଣନ୍ତୁ କଣ ଥିଲା ଆଉ କଣ ହେଲା

ନୂଆଦିଲ୍ଲୀ : ଚଳିତ ବର୍ଷ କେବଳ ଦେଶ ବଦଳିନି ବଦଳିଛି ଅନେକ ସହର ଏବଂ ଗ୍ରାମର ନାମ। ବର୍ଷକ ମଧ୍ୟରେ କେନ୍ଦ୍ର ସରକାର ଅତି କମରେ ୨୫ଟି ସହର ଏବଂ ଗାମର ନାମ ପରିବର୍ତ୍ତନ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ଏପରିକି ଆଉ କିଛି ନାମ ପରିବର୍ତ୍ତନର ପ୍ରସ୍ତାବ ସରକାରଙ୍କ ନିକଟରେ ପଡ଼ିରହିଛି। ଏହି ପଡ଼ିରହିଥିବା ନାମ ମଧ୍ୟରେ ସାମିଲ ରହିଛି ପଶ୍ଚିମବଙ୍ଗର ନାମ। ତେବେ ଆସନ୍ତୁ ଜାଣିବା କେଉଁ ସହର ବା ଗ୍ରାମର ନାମ ପରିବର୍ତ୍ତନ ହୋଇ କଣ ରହିଛି।

city

ଏଥିରେ ପଶ୍ଚିମବଙ୍ଗର ନାମ ‘ବାଂଲା’ କରିବା ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକ୍ରିୟାକୁ ଦୀର୍ଘ ଦିନ ହେଲା ସ୍ଥଗିତ ରଖାଯାଇଛି।  ତେବେ ନିକଟରେ ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଗୋଟିଏ ବର୍ଷ ମଧ୍ୟରେ ଦେଶର ୨୫ଟି ସହର ଏବଂ ଗାଁର ନାମ ପରିବର୍ତ୍ତନ ପ୍ରସ୍ତାବକୁ ସହମତି ଦିଆଯାଇଛି।

 

ଅଧିକାରୀଙ୍କ କହିବାନୁଯାୟୀ,  ଆହ୍ଲାବାଦ ନାମ ପ୍ରୟାଗରାଜ ଏବଂ ଫୈଜାବାଦର ନାମ ଅଯୋଧ୍ୟା କରିବା ନେଇ ଏଯାଏ ଉତ୍ତରପ୍ରଦେଶ ସରକାର ମନ୍ତ୍ରାଳୟକୁ ପଠାଇ ନାହିଁ।

city 2

ସେହିପରି ଅନୁମୋଦିତ ନାମ ପରିବର୍ତ୍ତନ ପ୍ରସ୍ତାବମାନଙ୍କ ମଧ୍ୟରେ ରହିଛି, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ରାଜାମନ୍ଦୁରୀର ନାମ ରାଜାମହେନ୍ଦ୍ରବର୍ମନ, ଆଉଟର ହ୍ଵୁଇଲ ଦୀପର ନାମ ଏପିଜେ ଅବଦୁଲ କାଲାମ ଦୀପ, କେରଳର ମାଲ୍ଲାପୁରା ଜିଲ୍ଲାରେ ଅରିକ୍କୋଡକୁ ଅରିକୋଡ, ହରିୟାଣାରେ ଜିନ୍ଦ ଜିଲ୍ଲାର ନାମ ପିଣ୍ଡାରୀକୁ ପାଣ୍ଡୁ ପିଣ୍ଡାରା, ନାଗାଲାଣ୍ଡର ଖିଫିରେ ଜିଲ୍ଲାରେ ସନଫୁରର ନାମ ସାମଫୁରେ କରିବା ନେଇ ପ୍ରସ୍ତାବ ରହିଛି।

ଏହା ବ୍ୟତୀତ ମହାରାଷ୍ଟ୍ରରେ ସାଙ୍ଗଲି ଜିଲ୍ଲାରେ ଲଙ୍ଗଡେଓ୍ଵାଡିର ନାମ ନରସିଂହଗାଁ, ହରିୟାଣାରେ ରୋହତକ ଜିଲ୍ଲାରେ ସାମ୍ପଲାର ନାମ ଚୌଧୁରୀ ସାର ଛୋଟୁରାମ ନଗର ରଖିବାକୁ ପ୍ରସ୍ତାବ ଆସିଛି।