Below header

ଆସିଲା ‘କେଦାରନାଥ’ର ଟ୍ରେଲର, ପ୍ରଳୟ ଭିତରେ ସୁଶାନ୍ତଙ୍କ ସହ ସାରାଙ୍କ ଜବରଦସ୍ତ ରୋମାନ୍ସ ଦେଖିବେ ଦର୍ଶକ

ମୁମ୍ବାଇ : ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ‘କେଦାରନାଥ’ ଫିଲ୍ମର ଟ୍ରେଲର୍ । ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲୀ ଖାନଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ଡିସେମ୍ବର ୭ ତାରିଖରେ ପରଦାକୁ ଆସିବ । ଦେଶର ଚାରି ଧାମ ଭିତରୁ ଅନ୍ୟତମ ପ୍ରସିଦ୍ଧ ଧାମ ହେଉଛି କେଦାରନାଥ । ଏଠାରେ ୨୦୧୩ରେ ହୋଇଥିବା ପ୍ରଳୟର ଚିତ୍ର ଫିଲ୍ମରେ ରହିଛି । ତା ସହିତ ରହିଛି ଏକ ନିଛକ ପ୍ରେମ କାହାଣୀ । ଏହି ଫିଲ୍ମର ଅଧିକାଂଶ ସୁଟିଂ ଉତ୍ତରାଖଣ୍ଡରେ କରାଯାଇଛି । ଏହା ହେଉଛି ଅମ୍ରିତା ସିଂହ ଓ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀଙ୍କର ଡେବ୍ୟୁ ଫିଲ୍ମ । ତେବେ ଫିଲ୍ମକୁ କେଦାରନାଥ ମନ୍ଦିରର ପୂଜାରୀ ଏବଂ ସ୍ଥାନୀୟ ବିଜେପି ବିରୋଧ କରିଛନ୍ତି । ଏହି ଫିଲ୍ମ ଲୋକଙ୍କ ଧାର୍ମିକ ଭାବନାକୁ ପ୍ରଭାବିତ କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଦେଖନ୍ତୁ ଟ୍ରେଲର :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.