ଏଣିକି ମାତ୍ର ୯୦୦ ଟଙ୍କାରେ କିଣି ପାରିବେ ହୀରା , ଜାଣନ୍ତୁ କେମିତି କରିବେ ସ୍ବପ୍ନକୁ ପୁରା

ଅଧିକାଂଶ ଲୋକଙ୍କ ପାଇଁ ହୀରା କିଣିବା ଏକ ସ୍ବପ୍ନ । କିନ୍ତୁ ଏବେ ଏହି ସ୍ବପ୍ନ ସହଜରେ ପୁରା ହୋଇପାରିବ । ତାହା ମାତ୍ର ୯୦୦ ଟଙ୍କାରେ ପ୍ରତିମାସ ନିବେଶରେ । ଏହି ସୁଯୋଗ ଏସଆଇପି ମାଧ୍ୟମରେ ରିଟେଲ୍ ବାୟର୍ସଙ୍କୁ ଦେଉଛି ଇଣ୍ଡିଆନ୍ କମୋଡିଟି ଏକ୍ସେଚେଞ୍ଜ (ICEX)। ଏହା ମାଧ୍ୟମରେ ମାତ୍ର ୩୦ ମାସରେ ଆପଣଙ୍କ ନିକଟରେ ପହଂଚିଯିବ ୩୦ ସେଟ୍ ହୀରା ।

ଡାଇମଣ୍ଡ୍ ଏସଆଇପି ଭାରତର ଇନୋଭେସନ୍ :

ବିଶ୍ବର କେଉଁଠି ବି ନାହିଁ ଡାଇମଣ୍ଡ ଏସଆଇପି । ଏହାକୁ ଆରମ୍ଭ କରିଛି ଭାରତ । ଡାଇମଣ୍ଡ ଏସଆଇପି ମାଧ୍ୟମରେ ହୀରା କିଣୁଥିବା ବ୍ଯକ୍ତିଙ୍କୁ ICEX  ବ୍ରୋକର ନିକଟକୁ ଯାଇ ନିଜ ଟ୍ରେଡିଙ୍ଗ୍ ଆକାଉଂଟ୍ ଖୋଲିବାକୁ ପଡିବ । ଏହା ପରେ ବ୍ରୋକର ନିକଟରେ କିଛି ଟଙ୍କା ଜମା କରିବାକୁ ପଡିବ । ଏହା ସହ ଏକଥା କହିବାକୁ ପଡିବ ପ୍ରତିମାସର କେଉଁ ତାରିଖରେ ବ୍ରୋକର ଡାଇମଣ୍ଡ (ଇଲେକ୍ଟ୍ରୋନିକ୍ ଫର୍ମ ରେ) କିଣିବ ।

ହୀରାର ଟ୍ରେଡିଙ୍ଗ୍ ତିନିଟି ଅଲଗା ଅଲଗା ସାଇଜରେ କରାଯିବ 

ICEX ତିନିଟି ଅଲଗା ଅଲଗା ସାଇଜରେ, ୩୦ ସେଟ୍,୫୦ ସେଟ୍ ଏବଂ ୧୦୦ ସେଟ୍ (ଅର୍ଥାତ୍ ଗୋଟିଏ କ୍ଯାରେଟ) ହୀରାର ଟ୍ରେଡିଙ୍ଗ୍ ଆରମ୍ଭ କରିବାକୁ ଯାଉଛି । ଷ୍ଟକ୍ ମାର୍କେଟ୍ ପରି ଏହି ଟ୍ରେଡିଙ୍ଗ ମଧ୍ୟ ଡିମାଟ୍ ଫର୍ମରେ ହେବ । ତେବେ କିଣିଥିବା ବ୍ଯକ୍ତି ହୀରାକୁ ଫିଜିକାଲ୍ ଫର୍ମରେ ସେତେବେଳେ କନଭର୍ଟ କରି ପାରିବ ଯେତେବେଳେ ତାର ଡିମାଟ୍ ଆକାଉଂଟରେ ଏହାର ଓଜନ ଅତି କମରେ ୩୦ ସେଟ୍ ପର୍ଯ୍ଯନ୍ତ ହୋଇଯିବ ।

୯୦୦ ଟଙ୍କାରେ ହୀରା କିଣିବାର ଫର୍ମୁଲା :

ବର୍ତ୍ତମାନ ସମୟରେ ୩୦ ସେଟ୍ ହୀରାର ମୂଲ୍ଯ ଅଛି ପ୍ରାୟ ୨୭୦୦୦ ଟଙ୍କା । ଏସଆଇପି ଜରଆରେ ଗ୍ରାହକ ପ୍ରତିମାସରେ ଗୋଟିଏ ସେଟର ଦାମ୍ ୯୦୦ ଟଙ୍କା ଜମା କରିପାରିବ । ଯେତେବେଳେ ମୂଲ୍ଯ ୩୦ ସେଟ୍ ବରାବର ହୋଇଯିବ ସେତେବେଳେ ଗ୍ରାହକ ତାକୁ ନେଇପାରବ । କିନ୍ତୁ ଏଥିପାଇଁ ଆପଣଙ୍କୁ ଲଗାତାର ୩୦ ମାସ ଯାଏଁ ଏସଆଇପି କରିବାକୁ ପଡିବ । ସେହିପରି ୫୦ ସେଟ୍ ହୀରା ପାଇଁ ୫୦ ମାସ ଏବଂ ୧୦୦ ସେଟ୍ ପାଇଁ ୧୦୦ ମାସ ଏସଆଇପି କରିବାକୁ ପଡିବ ।

ICEX  ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ନିବେଶକ ଅଳ୍ପ ମାସ ପରେ ଟଙ୍କା ଜମା କରିପାରୁନି ତେବେ ଯେତିକି ଏସଆଇପି ଦେଇଥିବେ ସେହି ହିସାବରେ ହୀରା କିଣି ପାରିବେ । ଏହା ସହ ଯେତେବେଳେ ଚାହିଁବେ ପୁଣି ଥରେ ଟଙ୍କା ଜମା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.