Below header

ମଝି ଆକାଶରେ ଲିକ୍‌ ହେଲା ଇନ୍ଧନ, ଅଳ୍ପକେ ବର୍ତ୍ତିଲେ ଏୟାର ଇଣ୍ଡିଆ ଯାତ୍ରୀ

ମଝି ଆକାଶରେ ଲିକ୍‌ ହେଲା ଇନ୍ଧନ । ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ AI-335 ବିମାନ । ଅଳ୍ପକେ ବର୍ତ୍ତିଲେ ପ୍ଲେନରେ ଥିବା ସମସ୍ତ ଯାତ୍ରୀ । ବ୍ଯାଙ୍କକ ରୁ ଦିଲ୍ଲୀ ଉଡାଣ ଭରୁଥିବା ଏୟାର ଇଣ୍ଡିଆ AI-335 ବିମାନଟି ଶନିବାର ରାତିରେ କୋଲକତା ବିମାନ ବନ୍ଦରରେ ଆପାତକାଳୀନ ଅବତରଣ କରିଥିଲା । ଫ୍ଲାଇଟରେ ପାଖାପାଖି ୧୫୦ ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କୁ ପ୍ରଥମେ ଟାକ୍ସିୱେରେ ଅଟକା ଯିବାପରେ ଟରମିନାଲକୁ ନିଆଯାଇଥିଲା ।

ସୂଚନା ଅନୁଯାୟୀ ଶନିବାର ଦିନ ନିଜର ନିର୍ଦ୍ଦାରିତ ସମୟ୯ଟା ୩୦ ମିନିଟ୍ ପରେ ବ୍ଯାଙ୍କକକୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆର AI-335 ବିମାନ  । ସେହି ସମୟରେ ପାଖାପାଖି ଅଧା ଉଡାଣ ଭରିଥିବା ଏବଂ ଭାରତୀୟ ବିମାନ କ୍ଷେତ୍ରରେ ପ୍ରବେଶ କରିବା ପରେ ବିମାନରେ କିଛି ସମସ୍ଯା ଥିବା ଜଣାପଡିଥିଲା । ଯେଉଁଥିପାଇଁ ପାଇଲଟ କୋଲକତା ବିମାନ ବନ୍ଦରରେ ଅବତରଣ କରିଥିଲେ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.