୩୩ତମ ଜନ୍ମଦିନରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ ଦୀପିକା ପାଦୁକୋନ, ଲଞ୍ଚ କଲେ ନିଜର ୱେବସାଇଟ୍

ନୂଆଦିଲ୍ଲୀ: ମନେଥିବ କି ଦୀପିକା ପାଦୁକୋନ ନିଜର ପ୍ରଶଂସକଙ୍କ ପାଇଁ ଏକ ସରପ୍ରାଇଜ୍ ଦେବେ ବୋଲି କହିଥିଲେ । ପ୍ରଶଂସକଙ୍କ ସେହି ପ୍ରତିକ୍ଷାର ଅନ୍ତ କରିଛନ୍ତି ଦୀପିକା । ସେ ନିଜର ପ୍ରଶଂସକଙ୍କ ଜିଜ୍ଞାସାକୁ ପୂର୍ଣ୍ଣ କରିଛନ୍ତି । ଶୁକ୍ରବାର ଦିନ ସେ ସୋସିଆଲ୍ ମିଡିଆରେ ନିଜର ଏକ ୱେବସାଇଟ୍ ଲଞ୍ଚ କରିବା ନେଇ ଘୋଷଣା କରିଛନ୍ତି । ସେ ଲେଖିଛନ୍ତ ‘’ଏଠାରେ ମୋର ୱେବସାଇଟ୍ ପ୍ରସ୍ତୁତ ହୋଇଛି www.deepikapadukone.com- ଲବ୍ ଦୀପିକା ।‘’ ଦୀପିକା ନିଜର ଫଟୋ ତଳେ ଏକ କ୍ଯୁଆର କୋଡ୍ ସହିତ ସୋସିଆଲ ମିଡିଆରେ ନିଜର ଏକ ଗ୍ରେ ସ୍କେଲ୍ ଫଟୋ ସେୟାର କରିଛନ୍ତି । ନିଜର ୱେସାଇଟ୍ ଲଞ୍ଚ କରିବାର ଦିନେ ପୂର୍ବରୁ ଇଷ୍ଟାଗ୍ରାମରେ ନିଜ ହାତରେ ଲେଖିଥିବା ଏକ ପୋଷ୍ଟ ସେୟାର କରିଥିଲେ । ସେ ଲେଖିଥିଲେ ‘’ଜଲଦି କିଛି ସୁପର ରୋମାଞ୍ଚକ ଖବର ଆସୁଛି । ଆପଣ ସସମସ୍ତଙ୍କ ସହିତ ଏହାକୁ ସେୟାର କରିବା ପାଇଁ ମୁଁ ଆଉ ଅପେକ୍ଷା କରିପାରୁନି! ଲବ୍ ଦୀପିକା ।‘’

ଦୀପିକାଙ୍କ ଏହି ପୋଷ୍ଟ ଉପରେ ନଜର ପକାନ୍ତୁ :

 

 

View this post on Instagram

 

Here’s presenting my website- www.deepikapadukone.com (link in bio) Love, Deepika

A post shared by Deepika Padukone (@deepikapadukone) on

ଶୁକ୍ରବାର ଦିନ ଦୀପିକା ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ:

d

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.