ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଏୟାର ଇଣ୍ଡିଆ, ବିମାନ ଯାତ୍ରା ବ୍ୟାନ୍‌ କଲା କମ୍ପାନୀ

ମହିଳା ଯାତ୍ରୀଙ୍କୁ ଉପରେ ମଦ ନିଶାରେ ପରିସ୍ରା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ । ବ୍ୟକ୍ତିଙ୍କୁ ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାରର ବିମାନ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ବୋଲି ଏୟାର ଇଣ୍ଡିଆ କହିଛି । ବ୍ୟକ୍ତି ଜଣକକୁ ନୋଏ ଫ୍ଲାଇଂ ଲିଷ୍ଟରେ ସାମିଲ କରାଯାଇଛି । ଏଥିସହ ଏୟାର ଇଣ୍ତିଆ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କେସ୍ ମଧ୍ୟ କରାଯାଇଛି।

ଖବର ମୁତାବକ, ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ବ୍ୟକ୍ତି ଆମେରିକାରରୁ ନୂଆଦିଲ୍ଲୀ ଆସୁଥିବା ବେଳେ ମଦ ନିଶାରେ ମହିଳା ସହ ଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏ ସମ୍ପର୍କରେ ମହିଳା ଯାତ୍ରୀ ଜଣଙ୍କ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ସେ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କୁ ଚିଠି ଲେଖି ଜଣାଇଥିଲେ ।

ଏପରି ଚିଠି ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ DGCA ମଧ୍ୟ ଏୟାର ଇଣ୍ଡିଆକୁ ଜବାବ ମାଗିଥିଲା । ବିବାଦ ବଢ଼ୁଥିବାରୁ କମ୍ପାନୀ ପକ୍ଷରୁ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନଭେମ୍ବର ୨୬, ୨୦୨୨ ରେ ଜଣେ ମଦ୍ୟପ ବ୍ୟକ୍ତି ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ନଭେମ୍ବର ୨୬ ରେ ଘଟିଥିବା ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ପୋଲିସ ନିକଟରେ ଅଭିଯୋଗ କରିଛି। ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ବୃଦ୍ଧ ମହିଳା କ୍ୟାବିନ କ୍ରୁଙ୍କୁ ଏ ବିଷୟରେ କହିଥିଲେ, ତଥାପି ବ୍ୟକ୍ତି ଜଣକୁ ନ ଧରି କିଛି ପଚରାଯାଇନଥିଲା। ସେହି ବ୍ୟକ୍ତି ଜଣକ ସହଜରେ ବିମାନବନ୍ଦର ଛାଡିଥିଲେ।

ପରିସ୍ରା ସରିବା ପରେ ମଧ୍ୟ ସେ ଅଭଦ୍ରଙ୍କ ଭଳି ସେମିତି ଛିଡ଼ା ହୋଇଥିଲେ। କିଛି ସମୟରେ ଆଉ ଜଣେ ସହଯାତ୍ରୀ ଆପତ୍ତି ଉଠାଇବାରୁ ବ୍ୟକ୍ତି ଜଣଙ୍କ ନିଜ ସିଟ୍କୁ ଫେରିଥିଲେ। ତେବେ ବୃଦ୍ଧା ଜଣଙ୍କ ବିମାନରେ ଥିବା କ୍ରୁ ସଦସ୍ୟଙ୍କୁ ଏ ସମ୍ପର୍କରେ ଜଣାଇବାରୁ ସେମାନେ ଗୋଟିଏ ପାଇଜାମା ଓ ସ୍ଲିପର ତାଙ୍କୁ ପିନ୍ଧିବାକୁ ଦେଇଥିଲେ। ବିମାନ କର୍ମଚାରୀ ସିଟ୍କୁ ସାନିଟାଇଜ୍ କରି ସାରିବା ପରେ ବି ବୃଦ୍ଧା ଜଣଙ୍କ ସେଠାରେ ବସି ନଥିଲେ। ଫଳରେ ସେ କ୍ରୁ ସଦସ୍ୟଙ୍କ ସିଟ୍ରେ ବସି ଦିଲ୍ଲୀ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.