ମହିଳା ସବ୍‌ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌) : ମହିଳା ସବ୍‌ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାର ପର୍ଦା ଫାସ କରିଛି ପୋଲିସ । ଆକ୍ରମଣ ଘଟଣାରେ ଜଡିତ ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନାରେ ଅଟକ ରଖି ପଚରା ଉଚରା କରିଛି ପୋଲିସ । ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ଇନୋଭା କାରକୁ ପୋଲିସ ଜବତ କରିଛି ।

ଅଭିଯୁକ୍ତମାନେ ସମସ୍ତେ ସହିଦନଗର ବସ୍ତି ଅଂଚଳର ଡ୍ରାଇଭର । ସେମାନେ ଟ୍ରାଭେଲ୍ସରୁ ଏହି ଗାଡି ଭଡାରେ ଆଣିଥିଲେ । ନୂଆବର୍ଷ ଦିନ ଅତ୍ୟଧିକ ମଦ୍ୟ ପାନ କରି ଏପରି କାଣ୍ଡ ଭିଆଇଥିଲେ ବୋଲି ପୋଲିସ କହିଛି । ଅଭିଯୁକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରିବ ବୋଲି ପୋଲିସ କହିଛି ।

ପ୍ରକାଶଯୋଗ୍ୟ, ୨ତାରିଖ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଡ୍ୟୁଟି ସାରି ନିଜ କାରରେ ଘରକୁ ଫେରୁଥିଲେ ଭୁବନେଶ୍ୱର ମହିଳା ଥାନା ଏସଆଇ ଶୁଭଶ୍ରୀ ନାୟକ। ସାଇନ୍‌ସ ପାର୍କ ନିକଟରେ ତାଙ୍କ କାରକୁ ଏକ ଇନୋଭା କାର ଧକ୍କା ଦେବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ।

ତାଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ। ପୋଲିସ ପୋଷାକରେ ଥିଲେ ମଧ୍ୟ ଦୁର୍ବୃତ୍ତ ତାଙ୍କୁ ପୋଲିସ ବାରାକ ପର୍ଯ୍ୟନ୍ତ ଗୋଡ଼ାଇଥିଲେ। ପୋଲିସ ବାରାକକୁ ପଶି ଯିବା ପରେ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଯୋଗୁଁ ଚାଲିଯାଇଥିଲେ ଦୁର୍ବୃତ୍ତ। ପରେ ସହିଦନଗରର ଥାନାରେ ଏତଲା ଦାୟର କରିଥିଲେ ଏସଆଇ ଶୁଭଶ୍ରୀ ନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.