Below header

କେବଳ ଦିଲ୍ଲୀ ନୁହେଁ, ଦିଲ୍ଲୀରୁ ଅଧିକ ପ୍ରଦୂଷଣ ଏବେ ଦେଖିବାକୁ ମିଳିଛି ସାଉଥ ମୁମ୍ବାଇରେ

ମୁମ୍ବାଇ : ମୁମ୍ବାଇରେ ଦିଲ୍ଲୀ ଠାରୁ ଅଧିକ ବଢ଼ିବାରେ ଲାଗିଛି ପ୍ରଦୂଷଣ । ଖାସ କରି ସାଉଥ ମୁମ୍ବାଇରେ ଦିଲ୍ଲୀ ଠାରୁ ଅଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି । ମୁମ୍ବାଇ ଆକାଶରେ ଦିଲ୍ଲୀ ଠାରୁ ଅଧିକ ଧୂଆଁ ବା ପ୍ରଦୂଷଣ ଥିବାର ଦେଖାଯାଇଥିଲା । ଗତ ମଙ୍ଗଳବାର ଦିଲ୍ଲୀ ଠାରୁ ମୁମ୍ବାଇ ର ଏୟାର କ୍ୱାଲିଟି ଇଣ୍ଡେକ୍ସ ମଧ୍ୟ ଅଧିକ ରହିଥିଲା । ଯେଉଁଠି ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୩୧୩ ସେଠି ମୁମ୍ବାଇ ର କୋଲାଵା ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥିଲା ୩୪୫ ।

ତେବେ ଏକ୍ସପେର୍ଟଙ୍କ କହିବା ଅନୁସାରେ ଦିଲ୍ଲୀରେ ଦୀପାବଳି ପରେ ପରେ ବାୟୁ ପ୍ରଦୂଷଣ ଅଧିକ ହୋଇଥିବା ଜଣାପଡ଼ିଛି । ହେଲେ ମୁମ୍ବାଇରେ ପ୍ରଦୂଷଣର କାରଣ ପାଲଟିଛି ଲୋ ଟେମ୍ପ୍ରେଚର , ମେଘୁଆ ପାଗ, ହାଇ ହ୍ୟୁମିଡିଟି ସହିତ ଗାଡି ମୋଟର ଧୂଆଁ । ଏହିସବୁ ମୁମ୍ବାଇ ସହର ପ୍ରଦୂଷଣ ହେବାର ମୁଖ୍ୟ କାରଣ ।

ଦିଲ୍ଲୀରେ ବର୍ତ୍ତମାନ ଏତେ ମାତ୍ରାରେ ପ୍ରଦୂଷଣ ବଢିବାରେ ଲାଗିଛି ଯେ ଏହାକୁ ଏବେ ଗ୍ୟାସ ଚାମ୍ବର ବୋଲି କୁହାଗଲାଣି। ଏମିତିକି ସୁପ୍ରିମ କୋର୍ଟ ମଧ୍ୟ ପ୍ରଶ୍ନ କରୁଛନ୍ତି ରାଜ୍ୟର ସରକାର କହୁଛନ୍ତି କ’ଣ କରୁଛନ୍ତି କ’ଣ । ଦିଲ୍ଲୀ ଓ ମୁମ୍ବାଇ ଭଳି ଦେଶର ଆର୍ଥିକ ସ୍ଥିତିକୁ ସୃଦୃଢ କରୁଥିବା ସହର ଯଦି ଏତେ ପ୍ରଦୂଷିତ ହେବ ତେବେ ଅନ୍ୟ ସହର ଗୁଡିକର ଅବସ୍ଥା କଣ ହେବ, ତାକୁ ନେଇ ଅନେକ ପ୍ରଶ୍ନ ।

ବର୍ତ୍ତମାନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ଦେଖାଯିବାରୁ ସରକାର ଅନେକ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି । ୫୦ ପ୍ରତିଶତ କର୍ମଚାରୀମାନେ ଓ୍ଵାର୍କ ଫ୍ରମ ହୋମ କରୁଛନ୍ତି । ଏହା ଛଡା ୨୧ ନଭେମ୍ବର ପର୍ଯ୍ୟନ୍ତ ସବୁ ନିର୍ମାଣ କାମକୁ ସ୍ଥଗିତ ରଖାଯାଇଛି । ଏମିତିକି ସ୍କୁଲ ଓ କଲେଜ ମଧ୍ୟ ବନ୍ଦ କରାଯାଇଛି ଓ ଅନଲାଇନ ଯୋଗେ ପାଠ ପଢା ଚାଲିଛି । ତେବେ ଏପର୍ଯ୍ୟନ୍ତ ସହରରେ ଲକ ଡାଉନ ଲାଗୁ କରାଯାଇନାହିଁ । ଏପରି ସ୍ଥିତି ଯଦି ଲାଗି ରହେ ଆଗକୁ କ’ଣ ହେବ କହିହେବ ନାର୍ହି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.