ସ୍ବଚ୍ଛ ପରିବେଶ ପାଇଁ ସମ୍ମାନ: ସାରାଭାରତରେ ଶ୍ରେଷ୍ଠ ଥାନା ଭାବେ ଗୌରବ ଆଣିଥିବା ଗଞ୍ଜାମ ଗାଙ୍ଗପୁର ଥାନାକୁ ମିଳିଲା ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପାଇଁ ଗୌରବ ଆଣିଲା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା । ସର୍ବାଭାରତୀୟ ସ୍ତରରେ ଓଡ଼ିଶାର ଏକମାତ୍ର ଶ୍ରେଷ୍ଠ ଥାନା ଭାବେ ଗୌରବ ଅର୍ଜନ କରିଛି । ଲକ୍ଷ୍ନୌ ସ୍ଥିତ ପୋଲିସ୍‌ ମୁଖ୍ୟାଳୟ ଠାରେ ଆୟୋଜିତ ଡିଜି ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୁରସ୍କାର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ଓ ଟ୍ରଫି ଗ୍ରହଣ କରିଛନ୍ତି । ଓଡ଼ିଶା ପୋଲିସ ଡିଜି ଅଭୟ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭାରତର ବିଭିନ୍ନ ରାଜ୍ୟର ୪୮ ଥାନାକୁ ଅମିତ ଶାହ ପୁରସ୍କାର ପ୍ରଦାନ କରିଥିବା ବେଳେ ସେଥିରୁ ଦେଶର ୩ଟି ଶ୍ରେଷ୍ଠ ଥାନାକୁ ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମରେ ନୂଆଦିଲ୍ଲୀ ସଦର ବଜାରର ଥାନା କହ୍ନେୟା ଲାଲ୍‌ ଯାଦବ୍‌, ଦ୍ଵିତୀୟରେ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ଓ ତୃତୀୟରେ ହରିୟଣା ରାଜ୍ୟର ଭାଟୁକୁଲା ଥାନା ଏମ୍‌ ଆଇ – ଓମପ୍ରକାଶ ଚୁଗ୍‌ ଯୋଗ ଦେଇ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ ।

ବିଭିନ୍ନ ଦିଗକୁ ଆଧାର କରି ଗାଙ୍ଗପୁର ଥାନାକୁ କେନ୍ଦ୍ରର ଏକ ଟିମ୍‌ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିଥିଲେ । ଏନେଇ ଥାନାଧିକାରୀ ଧିରେଶ କୁମାର ଦାସ ଏକ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.