ଶିଶୁଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ପାଲଟିଛି ବାୟୁସେନା ଘାଟି

ଶିଶୁଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ପାଲଟିଛି ବାୟୁସେନା ଘାଟି। ଜର୍ମାନୀର ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଆମେରିକାର ରମଷ୍ଟିନ୍‌ ବାୟୁସେନା ଘାଟି ଆଫଗାନିସ୍ତାନ ଶିଶୁଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ହୋଇଛି। ଆମେରିକା ଦ୍ୱାରା କାବୁଲ ବିମାନ ବନ୍ଦରରୁ ଉଦ୍ଧାର ହୋଇଥିବା ଏକାଧିକ ଶିଶୁ ନିଜ ବାପା ମା’ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ସେମାନଙ୍କୁ ରମଷ୍ଟିନ୍‌ ବାୟୁସେନା ଘାଟିରେ ରଖାଯାଇଛି। ପ୍ରାୟ ୩୦୦ ଶିଶୁଙ୍କ ବାପା ମା’ ସେମାନଙ୍କ ସହ ନଥିବା ପଞ୍ଜିକରଣ ହୋଇଥିବା ୟୁନିସେଫ କହିଛି।

ରମଷ୍ଟିନ ବାୟୁସେନା ଘାଟିରେ ବାପା ମା’ଙ୍କ ଠାରୁ ଅଲଗା ହୋଇଯାଇଥିବା ପ୍ରାୟ ୩୦ରୁ ଅଧିକ ଶିଶୁ ଅଛନ୍ତି। ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ଅଧିକାଶଂ ଝିଅ। ଶିଶୁମାନଙ୍କୁ ସେମାନଙ୍କ ପରିବାର ସହ ମିଶାଇବାକୁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.