ଉତ୍ତର ପ୍ରଦେଶରେ ବଢ଼ୁଛି ଡେଙ୍ଗୁର ଭୟ, ମଲେଣି ଅନେକ ଲୋକ

ଉତ୍ତରପ୍ରଦେଶର ଫିରୋଜାବାଦ, ଆଗ୍ରା ଏବଂ ଅନ୍ୟ କିଛି ଜିଲ୍ଲାରେ ଜ୍ୱର ଓ ଥଣ୍ଡା ଜନିତ ମାମଲା ବଢ଼ିବାରେ ଲାଗିଛି। କିଛି ଲୋକଙ୍କର ଜୀବନ ମଧ୍ୟ ଚାଲିଗଲାଣି। ରିପୋର୍ଟରୁ ସୂଚନା ମିଳିଛି ଯେ, ଅଧିକ ମାମଲା ଡେଙ୍ଗୁ କାରଣରୁ ହୋଇଛି। ଡେଙ୍ଗୁର ଡ଼ି-୨ ଷ୍ଟ୍ରେନ ଜିଲ୍ଲାର ଅଧିକାଂଶ ସ୍ଥାନରେ ନିଜ କାୟା ବିସ୍ତାର କରିଛି। ଏବେ ଏହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି।

ICMRର ଡାକ୍ତର ବଳରାମ ଭାର୍ଗବ ଗୁରୁବାର କହିଥିଲେ ଯେ, ଉତ୍ତରପ୍ରଦେଶର ଫିରୋଜାବାଦରେ ଅଧିକତର ଭାବେ ଲୋକଙ୍କ ମୃତ୍ୟୁ ଡେଙ୍ଗୁ ଡି-୨ ଷ୍ଟ୍ରେନ କାରଣରୁ ହେଉଛି। ଏହି ଷ୍ଟଡିରେ ଫିରୋଜାବାଦ, ଆଗ୍ରା ଏବଂ ମଥୁରାରେ ଅନେକ ମାମଲା ସାମ୍ନାକୁ ଆସିଛି। ତେଣୁ ଏହାକୁ ନେଇ ICMR ପକ୍ଷରୁ ଚେତାବନୀ ଜାରୀ କରାଯାଇଛି। ଲୋକଙ୍କୁ ଅପିଲ କରାଯାଇଛି ଯେ, ଏବେ ବର୍ଷା ସିଜିନ ସମୟରେ ପ୍ରତ୍ୟେକ ସତର୍କ ରହିବା ଜରୁରୀ। ନିଜ ଆଖପାଖ ସଫା ସୁତୁରା ରଖିବା ଜରୁରୀ ।

ଏଠାରେ ଅନେକ ସ୍ଥାନରେ ଭାଇରାଲ ଫିଭର ହେଉଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ସତର୍କ ବାଣୀ ଦେଉଛନ୍ତି।

Leave A Reply

Your email address will not be published.