ଟିକ୍‌ଟକ୍‌ ପରେ ଆମେରିକାରେ ଅଲିବାବା ଉପରେ ଲାଗିପାରେ ବ୍ୟାନ୍‌, ଟ୍ରମ୍ପ୍‌ ପ୍ରଶାସନ ଦେଲା ସଂକେତ

ଓ୍ଵାଶିଂଟନ୍‌ :  ଟିକ୍‌ଟକ୍‌ ବ୍ୟାନ ପରେ ଚୀନ୍‌କୁ ଆଉ ଏକ ଝଟକା ଦେବାକୁ ଯୋଜନା କରୁଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ କମ୍ପାନୀକୁ ଦେଶରେ ବ୍ୟାନ୍‌ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ଚୀନ୍‌ର ସର୍ବ ବୃହତ୍ତ ଟେକ୍‌ନୋଲୋଜି କମ୍ପାନୀ ଅଲିବାବାକୁ ବ୍ୟାନ୍‌ କରିପାରେ ବୋଲି ଶନିବାର ଏକ ପ୍ରେସ୍‌ କନ୍‌ଫରେନ୍ସରେ ଆମେରିକା ପ୍ରକାଶ କରିଛି ।

alibaba-1

ଟ୍ରମ୍ପ୍‌ ସରକାର ଇତି ମଧ୍ୟରେ ବାଇଡାନ୍ସର ସର୍ଟ ଭିଡିଓ ଟିକ୍‌ଟକ୍‌ର ବନ୍ଦ ନେଇ ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । ୪୫ ଦିନ ପରେ ଆମେରିକାରେ ଚୀନ୍‌ କମ୍ପାନୀର ବ୍ୟବସାୟକୁ ରୋକ୍‌ ଲଗାଇ ଦିଆଯିବ । ତେବେ ବନ୍ଦ ହୋଇ ଯାଇଥିବା ଟ ିକ୍‌ଟକ୍‌ କମ୍ପାନୀ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଧମକ ଦେଇଛି । ତେବେ ଏପ୍ପଲ୍‌, ଫୋର୍ଡ, ଓ୍ଵାଲ୍‌ମାର୍ଟ ଓ ଡିଜ୍ନୀ ଭଳି କିଛି ଆମେରିକୀୟ କମ୍ପାନି ଟିକ୍‌ଟକ୍‌କୁ ବ୍ୟାନ୍‌ ନ କରିବା ପାଇଁ ଅନୁରୋଧ କରିଛନ୍ତି । କାରଣ ଚୀନ୍‌ରେ ମଧ୍ୟ ଆମେରିକାର କିଛି କମ୍ପାନୀ ବେପାର କରୁଛନ୍ତି ।

ଏହାଦ୍ୱାରା ସେମାନଙ୍କର ମଧ୍ୟ କ୍ଷତି ହେବ ବୋଲି କମ୍ପାନି ପକ୍ଷରୁ ଟ୍ରମ୍ପ୍‌ ପ୍ରଶାସନକୁ ଅନୁରୋଧ କରାଯାଇଛି । କରୋନା ଭାଇରସ ସଂକ୍ରମଣ ପରେ ଚୀନ୍‌ ସହ ଆମେରିକାର ସମ୍ପର୍କ ଖରାପ ସ୍ଥିତିରେ ରହିଛି । ଚୀନ୍‌ର ବିସ୍ତାରବାଦୀ ନୀତି ମଧ୍ୟ ଆମେରିକା ପାଇଁ ବିପଦପୂର୍ଣ୍ଣ ହୋଇଥିବାରୁ ଚୀନ୍‌କୁ ରୋକ୍‌ ଲଗାଇବା ପାଇଁ ଆମେରିକା ଚୀନ୍‌ର ଆର୍ଥିକ ସ୍ଥିତି ଉପରେ ମାଡ଼ କରିବାକୁ ଯୋଜନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.