Below header

ଆଜି ସଂକ୍ରାନ୍ତିରେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ଛେନା ବଲ ତରକାରୀ, ଥରେ ଖାଇଲେ ପାଟିରୁ ଛାଡ଼ିବନି

ଆଜି ସଂକ୍ରାନ୍ତି ସହ ଝିଅଙ୍କ ଖୁଦୁରୁକୁଣୀ ବ୍ରତ ମଧ୍ୟ। ଏଣୁ ସବୁ ଓଡ଼ିଆ ଘରେ ଅରୁଆ ହୋଇଥିବ। ଦିନରେ ଯଦି ସେଇ ପୁରୁଣା ଚିରାଚରିତ ଭାତ ଡାଲମା ଖାଇ ବୋର୍‌ ହୋଇଯାଇଛନ୍ତି ତେବେ ରାତିରେ କିଛି ଟେଷ୍ଟି ନିଶ୍ଚୟ ବନାନ୍ତୁ। ବିନା ପିଆଜ ରସୁଣରେ ଆଜି ଆମେ ଆପଣଙ୍କ ପାଇଁ ଛେନାର ଏକ ଏଭଳି ଟେଷ୍ଟି ଆଇଟମ୍‌ ନେଇ ଆସିଛୁ, ଯାହା ଖାଇବା ମାତ୍ରେ ପିଲା କହିବେ ‘ମାମା ସବୁଦିନ ଏଇଟା କର’। ତେବେ ଆଜି ଆସନ୍ତୁ ଶିଖିବା ଛେନା ବଲ୍‌ ତରକାରୀ।

ଆବଶ୍ୟକୀୟ ଉପକରଣ:

୧ କପ୍‌ ଛେନା, ମଇଦା, ଭୃସଙ୍ଗ ପତ୍ର, ଧନିଆ ପତ୍ର, କପେ ଉଷୁମ କ୍ଷୀର, ଅଦା, କଞ୍ଚା ଲଙ୍କା, ଟମାଟୋ, କାଜୁ, ଜିରା, ଧନିଆ, ଗୋଲମରିଚ, ତେଜପତ୍ର, ଲବଙ୍ଗ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ମେଥି ପତ୍ର, ତେଲ ଓ ସ୍ୱାଦ ଅନୁସାରେ ଲୁଣ

chhena2

ପ୍ରସ୍ତୁତି ପ୍ରଣାଳୀ:

ଛେନାରେ ଧନିଆ ପତ୍ର, ଲୁଣ, ମଇଦା ପକାଇ ଗୋଳାଇ ଏକ ନରମ ଚକଟା ବନାନ୍ତୁ। ଏବେ ଛୋଟ ଛୋଟ ଗୁଳା କରନ୍ତୁ। ଏହି ଗୁଳାକୁ ତେଲରେ ଛାଣନ୍ତୁ। ସୁନେଲି ରଙ୍ଗର ହୋଇଗଲେ ଏହାକୁ କାଢ଼ି ଟିସୁ ପେପରରେ ରଖନ୍ତୁ। ଫଳରେ ବଳକା ତେଲ ବାହାରିଯିବ। ଏବେ ଗ୍ରେଭି ତିଆରି କରିବାକୁ ଗ୍ରାଇଣ୍ଡରରେ ଟମାଟୋ, ଅଦା, କଞ୍ଚା ଲଙ୍କା, ଜିରା, ଧନିଆ, କାଜୁକୁ ମିଶାଇ ପେଷ୍ଟ ତିଆରି କରନ୍ତୁ।

ଏବେ କଡେଇରେ କିଛି ତେଲ ପକାଇ ସେଥିରେ ଗୋଲମରିଚ, ତେଜପତ୍ର, ଲବଙ୍ଗ ପକାଇ ହାଲ୍‌କା ଭାଜନ୍ତୁ। ଏଥିରେ ଗ୍ରେଭି ପକାଇ ୨-୩ ମିନିଟ୍‌ ଯାଏଁ ଗୋଳାଇବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଗୋଳାନ୍ତୁ। ଯେପର୍ଯ୍ୟନ୍ତ ତେଲ ଅଲଗା ନ ହୋଇଛି କରଚୁଲି ଚଲାଉଥାନ୍ତୁ। ଏବେ ଏଥିରେ କପେ ଉଷୁମ କ୍ଷୀର ପକାଇ ଗୋଳାନ୍ତୁ। ବର୍ତ୍ତମାନ ଗରମ ମସଲା ଓ ମେଥି ପତ୍ର ପକାଇ ୫ ମିନିଟ୍‌ ଫୁଟାନ୍ତୁ। ଏବେ ଏଥିରେ କଟା ଧନିଆ ପତ୍ର ପକାନ୍ତୁ। ଟିକେ ଫୁଟି ଆସିଲେ ଛେନା ବଲ୍‌ ପକାଇ ଗୋଳାଇ ଦିଅନ୍ତୁ। ତିଆରି ହୋଇଗଲା ଆପଣଙ୍କ ଛେନା ବଲ୍‌ ତରକାରୀ। ଆପଣ ଏହାକୁ ରୁଟି, ପରଟା, ପୁରୀ କିମ୍ବା ଭାତ ସହ ମଧ୍ୟ ଲଗାଇ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.