Below header

ସୁରକ୍ଷା ବଳୟରେ ଦିଲ୍ଲୀ: ଜଳ, ସ୍ଥଳ, ଆକାଶ ସବୁଠି ପଇଁନ୍ତରା ମାରୁଛନ୍ତି ସୁରକ୍ଷାକର୍ମୀ; ଚାରିଆଡ଼େ ହାଇଆଲର୍ଟ

ଜଳ...ସ୍ଥଳ...ଆକାଶା ସବୁ ଦିଗରୁ ସୁରକ୍ଷା, ସବୁ ଦିଗରେ ପଇଁନ୍ତରା । ଜି-୨୦ ସମ୍ମିଳନୀ ପାଇଁ ପୁରା ଦିଲ୍ଲୀ ଏବେ ସୁରକ୍ଷା ଛାଉଣୀରେ ପରିଣତ ହୋଇଯାଇଛି । କୋଣ ଅନୁକୋଣରେ ପୋଲିସ, ସୁରକ୍ଷାକର୍ମୀ ଜଗି ରହିଛନ୍ତି । ପ୍ରଗତି ମଇଦାନ ହାଇସିକ୍ୟୁରିଟି ଜୋନରେ ପରିଣତ ହୋଇଛି ।

ନୂଆଦିଲ୍ଲୀ : G20 ପାଇଁ ସୁରକ୍ଷା ବଳୟରେ ରହିଛି ସାରା ଦିଲ୍ଲୀ । ଚାରିଆଡ଼େ ହାଇଆଲର୍ଟ । ସାତ ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ଜଳ, ସ୍ଥଳ, ଆକାଶ ସବୁଠି ସୁରକ୍ଷାର ଅଭେଦ୍ୟ ବଳୟ। ମୁତୟନ ହୋଇଛନ୍ତି ୫୦ ହଜାର ଯବାନଙ୍କ ସମେତ ଦେଢ଼ ଲକ୍ଷ ସୁରକ୍ଷାକର୍ମୀ । ସମ୍ମିଳନୀ ଆୟୋଜନସ୍ଥଳ ପ୍ରଗତି ମଇଦାନର ଭାରତ ମଣ୍ଡପମ ସମେତ ଅତିଥି ରହିବା ସ୍ଥଳ, ରାଜଘାଟ ଆଦି ସ୍ଥାନଗୁଡ଼ିକରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ସାରା ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନରେ ପରିଣତ କରାଯାଇଛି । କଡ଼ାକଡ଼ି କରାଯାଇଛି ଗାଡ଼ିମୋଟର ଯାଞ୍ଚ । ବିଭିନ୍ନ ସ୍ଥାନରେ ମିସାଇଲ ଫାଇଟର ଜେଟ୍ ଦ୍ବାରା ନଜର ରଖିଛି ବାୟୁସେନା । ଦିଲ୍ଲୀର ବିଭିନ୍ନ ସ୍ଥାନରେ ୫ହଜାର ସିସିଟିଭି ଲଗାଯାଇଛି ।

G20 ପାଇଁ ସବୁ ସ୍କୁଲ କଲେଜ୍ ଅଫିସ୍ ଛୁଟି ଘୋଷଣା ହୋଇଥିବାରୁ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ କୌଣସି କାମରେ ସମ୍ମିଳନୀ ହେଉଥିବା ସ୍ଥାନରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଆସନ୍ତାକାଲି ରାତି ୧୨ଟା ଯାଏ ଦିଲ୍ଲୀରେ ଲାଗୁ ହୋଇଛି କଡ଼ା ଟ୍ରାଫିକ କଟକଣା । ଦିଲ୍ଲୀ ଯମୁନା ନଦୀରେ ବି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ୨୪ ଘଣ୍ଟିଏ ପହରା ଏଠି ବି ଦିଆଯିବ । DRDO ପକ୍ଷରୁ ଦୂର ଯାଏଁ ଆକାଶରେ ସର୍ଭିଲାନ୍ସ ପାଇଁ ସ୍ୱତନ୍ତ୍ର ଦୂରବିକ୍ଷଣକୁ ଖଞ୍ଜା ଯାଇଛି । ଯାହା ସ୍ନାଇପରକୁ ଖୋଜିବା ସହ ସନ୍ଦିଗ୍ଧ ଗତିବିଧିକୁ ପରଖି ଆଗୁଆ ସୂଚନା ଦେବ ।

ଅନ୍ୟପଟେ ଜି ୨୦ ଆୟୋଜକ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । G-20 ସମ୍ମିଳନୀ ପାଇଁ ଦିଲ୍ଲୀର ସାଜ ସଜ୍ଜା ଓ ଆତିଥେୟତାକୁ ପସନ୍ଦ କରିଛନ୍ତି । ଜଣେ ହିନ୍ଦୁ ଭାବେ ଏଠାରେ ଯୋଗ ଦେଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହି ଗସ୍ତ ସମୟରେ ଭାରତର କିଛି ମନ୍ଦିର ଭୁଲିବି ବୋଲି କହିଛନ୍ତି ସୁନକ ।
। ଏଥିସହ ଭାରତକୁ ଫେରିବା ତାଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ବୋଲି କହିଛନ୍ତି ବ୍ରିଟେନ ପ୍ରାଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.