Below header

ଆଜିଠୁ G20 ସମ୍ମିଳନୀ : ଯୋଗଦେବେ ବିଶ୍ବର ୨୦ ରାଷ୍ଟ୍ର ନେତା, ସକାଳ ୧୦:୩୦ରେ ପ୍ରଥମ ସେସନ୍ ଆରମ୍ଭ

ଆଜିଠୁ ଦିଲ୍ଲୀରେ G20 ଶିଖର ସମ୍ମିଳନୀ । ପ୍ରଗତି ମୈଦାନର ଭାରତ ମଣ୍ଡପମ ବିଶ୍ବ ନେତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛି । ଦୁଇ ଦିନିଆ ସମ୍ମିଳନୀରେ ଯୋଗଦେବେ ବିଶ୍ବର ୨୦ ରାଷ୍ଟ୍ର ନେତା । ସକାଳ ସାଢ଼େ ୯ଟାରେ ଭାରତ ମଣ୍ଡପମରେ ପହଞ୍ଚିବେ ବିଭିନ୍ନ ରାଷ୍ଟ୍ର ନେତା । ସାଢ଼େ ୧୦ଟାରେ ପ୍ରଥମ ସେସନ୍ ଆରମ୍ଭ ହେବ । ଅପରାହ୍ଣ ୩ଟାରେ ଦ୍ବିତୀୟ ଅଧିବେଶନ ରହିଛି ।

ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀରେ G20 ଶିଖର ସମ୍ମିଳନୀ । ପ୍ରଗତି ମୈଦାନର ଭାରତ ମଣ୍ଡପମ ବିଶ୍ବ ନେତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛି । ଭାରତ ଅଧ୍ଯକ୍ଷତାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଯୋଗଦେବେ ବିଶ୍ବର ୨୦ ରାଷ୍ଟ୍ର ନେତା । ଆମେରିକା, ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ସହସ୍ୟ ରାଷ୍ଟ୍ର ମୁଖ୍ୟ । ସେମାନଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବରେ ବହୁ ଦେଶର ନେତା ଯୋଗ ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନା, ଜାପାନ, ଚୀନ ପ୍ରଧାନମନ୍ତ୍ରୀଙ୍କ ସମେତ ତୁର୍କୀ ରାଷ୍ଟ୍ରପତିଙ୍କ ଭଳି ବହୁ ନେତା ଭାରତରେ ପହଞ୍ଚିଛନ୍ତି । ଆଜି ଦିଲ୍ଲୀରେ ପହଞ୍ଚିବେ ଜର୍ମାନୀ ଚାନ୍ସେଲର ଓଲାଫ ସ୍କୋଲଜ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ ।

ସକାଳ ସାଢ଼େ ୯ଟାରେ ଭାରତ ମଣ୍ଡପମରେ ପହଞ୍ଚିବେ ବିଭିନ୍ନ ରାଷ୍ଟ୍ର ନେତା । ସାଢ଼େ ୧୦ଟାରେ ପ୍ରଥମ ସେସନ୍ ଆରମ୍ଭ ହେବ । ଅପରାହ୍ଣ ୩ଟାରେ ଦ୍ବିତୀୟ ଅଧିବେଶନ ରହିଛି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ନୈଶ୍ୟ ଭୋଜିରେ ଯୋଗ ଦେବେ ବିଭିନ୍ନ ଦେଶର ରାଷ୍ଟ୍ର ନେତା ଓ ଅତିଥି । G20 ବୈଠକରେ ଅର୍ଥନୀତି, ପରିବେଶ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି, ସ୍ଥାୟୀ ବିକାଶ, ଶିକ୍ଷା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଆଜି ‘ୱାନ୍ ଆର୍ଥ’ ଏବଂ ‘ୱାନ୍ ଫ୍ୟାମିଲି’ କାର୍ଯ୍ୟକ୍ରମେ ଯୋଗଦେବେ ବାଇଡେନ୍ । ପାର୍ଟନରସିପ୍ ଫର ଗ୍ଲୋବାଲ ଇନଫାଷ୍ଟ୍ରକଚର୍ ଆଣ୍ଡ ଇନଭେଷ୍ଟମେଣ୍ଟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ରବିବାର ଆମେରିକା ରାଷ୍ଟ୍ରପତି G20ର ଅନ୍ୟ ନେତାଙ୍କ ସହ ରାଜଘାଟ ମେମୋରିଆଲ ଯିବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ୧୨୫ରୁ ଅଧିକ ଦେଶର ଏକଲକ୍ଷରୁ ଅଧିକ ପ୍ରତିନିଧି ଦିଲ୍ଲୀ ଆସିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.