ଆଜିଠୁ କମିବ ! ପୁଣି ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ

ଆଜିଠୁ ରାଜ୍ୟରେ କମିବ ବର୍ଷା । ପୁଣି ୧୨ ତାରିଖଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେପ୍ଟେମ୍ବରରେ ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟରେ କମିବ ବର୍ଷା । ୧୧ ତାରିଖରୁ ପୁଣି ରାଜ୍ୟରେ ଆରମ୍ଭ ହେବ ବର୍ଷା । ବିଜୁଳି ଘଡ଼ଘଡ଼ି ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ତେବେ ୧୨ ତାରିଖଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେପ୍ଟେମ୍ବରରେ ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ହୋଇଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ହାରାହାରି ୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୭.୮ ମିଲିମିଟର ତୁଳନାରେ ୧୧୯ ପ୍ରତିଶତ ଅଧିକ । ସର୍ବାଧିକ ବର୍ଷା ବାଲେଶ୍ବର ଜିଲ୍ଲାର ପାଟଣାଗଡ଼ ଠାରେ ୧୦୨.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ସେପ୍ଟେମ୍ବର୧ରୁ ଆଜି ଯାଏ ରାଜ୍ୟରେ ୧୦୧.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ବାଭାବିକ ବର୍ଷା ୭୮.୨ ମମି ତୁଳନାରେ ୩୦ ପ୍ରତିଶତ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.