Below header

କଣ ବିକଳ୍ପ ରହିଛି ନିର୍ଭୟା ଦୋଷୀଙ୍କ ପାଖରେ ? ଜାଣନ୍ତୁ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୋଷଣା ହୋଇ ସାରିଛି । ବାହାରି ସାରିଛି ଡେଥ୍‌ ଓ୍ଵରେଣ୍ଟ । ଆସନ୍ତା ୨୨ ତାରିଖକୁ ଫାଶୀ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହା ସତ୍ତ୍ୱେ ସେମାନଙ୍କ ପାଖରେ କିଛି ଆଇନଗତ ବିକଳ୍ପ ବି ରହିଛି । ସେମାନେ ଏଯାଏ ମର୍ସି ପିଟିସନ୍‌ ବା ରାଜକ୍ଷମା ପାଇଁ ଆବେଦନ କରି ନାହାନ୍ତି । ତେଣୁ ଏ ନେଇ ଯଦି ବିଚାର କରନ୍ତି ତେବେ ପିଟିସନ୍‌ ଦେଇ ପାରିବେ । ଆଉ ଯଦି ସେମାନେ ପିଟିସନ୍‌ ଦାଖଲ କରନ୍ତି ତେବେ ଡେଥ୍‌ ଓ୍ଵାରେଣ୍ଟ ସ୍ଥଗିତ ରହିବ ।
ଆଇନ୍‌ ବିଶେଷଜ୍ଞଙ୍କ ଅନୁଯାୟୀ ଡେଥ୍‌ ଓ୍ଵାରେଣ୍ଟ ଜାରି ହେବା ପରେ ମଧ୍ୟ ଦୋଷୀମାନେ ମର୍ସି ପିଟିସନ୍‌ ଓ ରିଟ୍‌ ପିଟିସନ୍‌ ଦାଖଲ କରି ପାରିବେ ।

ଏପଟେ ଦୋଷୀମାନଙ୍କ ଓକିଲ ଏ.ପି. ସିଂହ କହିଛନ୍ତି ସେ ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ରିଟ୍‌ ପିଟିସନ୍‌ ଦାଖଲ କରିବେ । ଏହା ସହିତ ମାନବାଧିକାର ଆଳରେ ଯେ କେହି ବି ରିଟ୍‌ ପିଟିସନ୍‌ ଦାଖଲ କରି ପାରିବେ ।

ନିୟମ ଅନୁସାରେ ରିଭ୍ୟୁ ପିଟିସନ୍‌ ଓ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ମର୍ସି ପିଟିସନ୍‌ ଦାଖଲ କରିହେବ । ଏହି ପିଟିସନ୍‌ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲେ ସେ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ମାଗନ୍ତି । ସରକାର ତାଙ୍କ ସୁପାରିଶ ଜଣାଇବା ପରେ ରାଷ୍ଟ୍ରପତିଙ୍କୁ ଏହା ଉପରେ ନିଷ୍ପତ୍ତି ନିଅନ୍ତି । ଯଦି ପିଟିସନ୍‌ ଖାରଜ ହୁଏ ତେବେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଏ । ଏବେ ଦେଖିବାର କଥା ୨୨ ତାରିଖ ପୂର୍ବରୁ କି ପଦକ୍ଷେପ ନେଉଛନ୍ତି ନିର୍ଭୟା ଦୋଷୀ ପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.