ଭିଜିଲାନ୍ସ ଖୋଲିଲା IAS ବିଜୟ କେତନ ଉପାଧ୍ୟାୟଙ୍କ ଗିରଫ ଗୁମର

ଭିଜିଲାନ୍ସ ଖୋଲିଲା IAS ବିଜୟ କେତନ ଉପାଧ୍ୟାୟଙ୍କ ଗିରଫ ଗୁମର । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ ବେଳେ ମିଳିଲା ନୂଆ ତଥ୍ୟ । ୨୦୧୨ରୁ ୨୦୧୯ ମଧ୍ୟରେ ବିଜୟଙ୍କ ବିଭିନ୍ନ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ୍‌ ହୋଇଛି । ତିନିଟି ବ୍ୟାଙ୍କ ଆକାଉଣ୍ଟରେ ଜମା ୭୦ ଲକ୍ଷ ଟଙ୍କା ଜମା ହୋଇଥିଲା । ମୋଟ୍‌ ଜମା ଭିତରୁ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ବିଜୟଙ୍କ ଆକାଉଣ୍ଟରେ ୨୨ ଲକ୍ଷ ଟଙ୍କା ଡିପୋଜିଟ୍‌ ହୋଇଥିବା ଜଣା ପଡ଼ିଛି । ଏନେଇ ବିଭିନ୍ନ ଆକାଉଣ୍ଟକୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି। ଉଦ୍ୟାନ କୃଷି ବିଭାଗର ବିଲ୍‌ କରାଇ ଦେବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ନିକଟରେ IAS ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କୁ ପାଞ୍ଚ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା । ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ବିଜୟକେତନ ଉପାଧ୍ୟାୟ । ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.