ଆମେରିକାରେ ସ୍ୱଚ୍ଛତାର ସନ୍ଦେଶ, ଫୁଲତୋଡ଼ାରୁ ପଡି ଯାଇଥିବା ଫୁଲକୁ ନିଜେ ଉଠାଇଲେ ମୋଦି ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାତ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ସେଠାକାର ସାତଦିନିଆ ଗ୍ରସ୍ତରେ ସେ ଟେକ୍ସାସର ହୁଷ୍ଟନରେ ହେବାକୁ ଥିବା ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପିଏମ ମୋଦି ହୁଷ୍ଟନରେ ପହଂଚିଥିଲେ। ସ୍ୱଚ୍ଛତାର ସମର୍ଥକ ପିଏମ ମୋଦି ଆମେରିକାର ମାଟିରେ ମଧ୍ୟ ଲୋକମାନଙ୍କୁ ସ୍ୱଚ୍ଛତାର ସନ୍ଦେଶ ଦେଇଥିଲେ। ହୁଷ୍ଟନର ଏୟାରପୋର୍ଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଲୋକମାନେ ଖୁବ ତାରିଫ କରିଥିଲେ।

ଏୟାରପୋର୍ଟରେ ମୋଦି ପହଂଚିବା ପରେ ତାଙ୍କର ସ୍ୱାଗତ କରିବା ପାଇଁ ବ୍ୟାପାର ଏବଂ ଅନ୍ତରାଷ୍ଟ୍ରୀୟ ମାମଲାର ଡ଼ାଇରେକ୍ଟର କ୍ରୀଷ୍ଟୋଫର ଓଲସନ, ଆମେରିକା ରାଜଦୂତ କୈନାଥ ଜଷ୍ଟରଙ୍କ ସହିତ ଆମେରିକାରେ ଭାରତୀୟ ରାଜଦୂତ ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ମହିଳା ଅଧିକାରୀ ମୋଦିଙ୍କ ସ୍ୱାଗତ କରିବା ପାଇଁ ତାଙ୍କୁ ଏକ ଫୁଲତୋଡ଼ା ଉପହାର ଦେଇଥିଲେ। ଠିକ ସେହି ସମୟରେ ଏକ ଫୁଲ ତଳକୁ ଖସି ପଡିଥିଲା। ଏହା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସେହି ଫୁଲଟିକୁ ଉଠାଇ ତାଙ୍କ ସହଯୋଗୀଙ୍କୁ ଦେଇଥିଲେ।

ଏହାସହ ପଢନ୍ତୁ ଶାଳୀଙ୍କୁ ମିଡିଲ ଫିଙ୍ଗର ଦେଖାଇ ଜରିମାନା ସହିତ କାରାଦଣ୍ଡ ଭୋଗିବେ ଭିଣୋଇ

ପିଏମ ମୋଦିଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ଶେୟାର କରିଥିଲେ। ଏହାସହିତ ବହୁତ ପ୍ରଶଂସା ମଧ୍ୟ କରିଥିଲେ। ଜଣେ ୟୁଜର ମୋଦିଙ୍କୁ ପ୍ରଶଂସା କରି ଲେଖିଥିଲେ ‘ ଦେଖିବାକୁ ଏହା ଏକ ଛୋଟ କଥା ଲାଗିପାରେ କିନ୍ତୁ ଏହି ସିମ୍ପ୍ଲିସିଟି ତାଙ୍କୁ ଏକ ବଡ଼ ଲିଡର ବନାଇଛି।’ କେବଳ ସେତିକି ନୁହେଁ ଏହା ପୂର୍ବରୁ ମଧ୍ୟ ଏକ କାର୍ଯ୍ୟକ୍ରମ ସମୟରେ ସେ ଉଦଘାଟନୀ ପରେ ପ୍ଲାଷ୍ଟିକ ରାପରକୁ କେଉଁଠି ଫୋପାଡିବା ବଦଳରେ ନିଜ ପକେଟରେ ରଖି ଦେଇଥିଲେ।

ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ଏହା ତାଙ୍କ ପ୍ରଥମ ଆମେରିକା ଗ୍ରସ୍ତ ଅଟେ । ହାଉଡି ମୋଦି କାର୍ଯ୍ୟକ୍ରମରେ ସେ ୫୦ ହଜାର ଲୋକଙ୍କୁ ସମ୍ବନ୍ଧିତ କରିବେ। ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ଭାଗ ନେବାକୁ ଯାଉଛନ୍ତି। ପିଏମ ମୋଦି ହୁଷ୍ଟନରେ ପହଂଚି ସେଠାକାର ମୌସମ ଏବଂ ସେଠାରେ ତାଙ୍କୁ କରାଯାଇଥିବା ସ୍ୱାଗତ ବିଷୟରେ ଟ୍ୱିଟ କରି ଜଣାଇଛନ୍ତି ।