ଡରାଉଛି ଭୂତ, ହଷ୍ଟେଲରୁ ଲୁଚି ପଳାଉଥିବାବେଳେ ଉଦ୍ଧାର ହେଲେ ୫ ଛାତ୍ର

ଉଦଳା (କେନ୍ୟୁଜ୍) : ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ। ଲୁଚି ଘରକୁ ପଳାଉଥିବା ବେଳେ ଉଦଳା ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ୫ଜଣ ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ଖଇରା ଥାନା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ। ସ୍କୁଲ ହଷ୍ଟେଲରେ ଭୂତ ଡରାଉଥିବା ନେଇ ଗତକାଲି ୧୫ଜଣ ଛାତ୍ରଙ୍କ ମଧ୍ୟରୁ ପ୍ରଥମେ ୫ଜଣ ଓ ପରେ ଆଉ ୫ଜଣ ଛାତ୍ର ଘରକୁ ଲୁଚି ପଳାଇଥିଲେ। ଆଜି ଭୋରରୁ ଆଉ ୫ଜଣ ଛାତ୍ର ହଷ୍ଟେଲରୁ ଚାଲିଚାଲି ଔପଦା ଛକ ପର‌୍ୟ୍ୟନ୍ତ ଯିବା ପରେ ସେଠାରୁ ବସ ଯୋଗେ ଉଦଳା ଯାଇଥିଲେ। ତେବେ ବସଷ୍ଟାଣ୍ଡରେ ସେମାନଙ୍କ ହାବଭାବ ଉପରେ ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ଛାତ୍ରଙ୍କୁ ଉଦଳା ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ପଚରାଉଚୁରା କରିଥିବା ବେଳେ ପୋଲିସ କିମ୍ବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ ୩ଜଣ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଦୁଇଜଣ ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.