Below header

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର, ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କଲେ ରାସ୍ତା ଅବରୋଧ

ନୟାଗଡ଼ (କେନ୍ୟୁଜ୍) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର। ଉତ୍ତ୍ୟକ୍ତଙ୍କ ଟାୟାର ଜାଳି ରାସ୍ତା ଅବରୋଧ। ଆହତ ଯୁବକ ଜଣକ ନୟାଗଡ଼ ଖଣ୍ଡପଡ଼ା ଥାନା ହିରିଡିପଲି ଗାଁର ସୁକାନ୍ତ ପ୍ରଧାନ। ଗତକାଲି ସନ୍ଧ୍ୟାରେ ସୁକାନ୍ତ ଘର ଛତା ଉପରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଗଡିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୁକାନ୍ତଙ୍କ ଘର ଉପର ଦେଇ ଫେଡକୋର ଖୋଲା ତାର ଯାଇଥିବାରୁ ଏହାକୁ ହଟାଇବାକୁ ତାଙ୍କ ପରିବାର ପକ୍ଷରୁ ବହୁ ସମୟରେ ଅଭିଯୋଗ ହୋଇଥିଲା। ଗତକାଲି ଫେଡକୋର ତାର ସଂସ୍ପର୍ଶରେ ଆସି ସୁକାନ୍ତ ଗୁରୁତର ହେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଆଡ଼କଟା ଖଣ୍ଡପଡ଼ା ମୁଖ୍ୟ ରାସ୍ତା ବନ୍ଦ ରହିଛି। ଫେଡକୋ ସୁକାନ୍ତଙ୍କ ଚିକିତ୍ସା ଖର୍ଚ୍ଚ  ବହନ କରିବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.