Below header

ଦିଲ୍ଲୀରୁ ବୈଷ୍ଣୋଦେବୀ ଯିବା ଆହୁରି ହେଲା ସହଜ, ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ ଅମିତ ଶାହା

ଦିଲ୍ଲୀ(କେନ୍ୟୁଜ୍): ବୈଷ୍ଣୋଦେବୀ କଟରାକୁ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ରେଲୱେ ତରଫରୁ ବଡ ଉପହାର। ବୈଷ୍ଣୋଦେବୀ କଟରା ପାଇଁ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀରୁ କଟ୍‌ରା ମଧ୍ୟରେ ଚାଲିବାକୁ ଥିବା ଏହି ହାଇସ୍ପିଡ୍‌ ଟ୍ରେନ୍‌ରେ ୫ ଅକ୍ଟୋବରରୁ ଯାତ୍ରୀ ଯାତାୟାତ କରିବେ। ଦିଲ୍ଲୀରୁ କଟରା ଯିବାକୁ ୧୨ ଘଣ୍ଟା ଲାଗୁଥିବା ବେଳେ, ଏବେ ୪ ଘଣ୍ଟାର ବାଟ କମିଯିବ। ଆଠ ଘଣ୍ଟା ମଧ୍ୟରେ କଟ୍‌ରାରେ ପହଁଞ୍ଚିବ ଟ୍ରେନ୍‌। ସକାଳ ୬ଟା ବେଳେ ଦିଲ୍ଲୀରୁ କଟ୍‌ରା ଯିବ ବନ୍ଦେ ଭାରତ ଏକ୍ସପ୍ରେସ । ଅପରାହ୍ନ ୨ଟାରେ କଟ୍‌ରାରେ ପହଁଞ୍ଚିବ। କଟ୍‌ରାରୁ ସେହି ଦିନ ଅପରାହ୍ନ ୩ଟାରେ ବାହାରି ଏହି ଟ୍ରେନ୍‌ ଦିଲ୍ଲୀରେ ରାତି ୧୧ଟାରେ ପହଁଞ୍ଚିବ। ଏହି ସୁପରଫାଷ୍ଟ ଟ୍ରେନ୍‌ ମଙ୍ଗଳବାରକୁ ଛାଡ଼ି ସପ୍ତାହକୁ ୬ଦିନ ଚାଲିବ। ବନ୍ଦେ ଭାରତ ଏକ୍ସପ୍ରେସର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର । ଏହି ଟ୍ରେନ୍‌ରେ ୧୬ଟି କୋଚ୍‌ ଥିବା ବେଳେ ୧୧୨୮ଟି ସିଟ୍‌ ରହିଛି। ଶୁଭାରମ୍ଭ ବେଳେ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.