ମିସ୍‌ ଇଣ୍ଡିଆ ଫ୍ୟୁଜନ୍‌ ପ୍ରତିଯୋଗିତା ଫାଇନାଲରେ ସିମରନ୍‌, ୧୮ ଜଣଙ୍କୁ ପଛରେ ପକାଇ ମନୋନୀତ

କୋରାପୁଟ(କେନ୍ୟୁଜ୍): ମିସ୍‌ ଇଣ୍ଡିଆ ଫ୍ୟୁଜନ୍‌ ପ୍ରତିଯୋଗିତା ଫାଇନାଲରେ ଓଡ଼ିଆ ଝିଅ । ୧୮ ଜଣଙ୍କୁ ପଛରେ ପକାଇ ମନୋନୀତ ହୋଇଛନ୍ତି କୋରାପୁଟ ଜିଲ୍ଲା ମାଥାଲପୁଟର ସିମରନ । ଆସନ୍ତା ୧୪ରେ ଇଣ୍ଡୋନେସିଆରେ ଆୟୋଜିତ ହେବ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ୟୁଜନ ଫିଷ୍ଟା ଫାଇନାଲ । ଏଥିରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ସିମରନ । ପ୍ରତିଯୋଗିତାରେ ସଫଳତା ହାସଲ କରିବାକୁ ମଧ୍ୟ ଆଶାବାଦୀ ଅଛନ୍ତି । ହେଲେ ଅର୍ଥର ଅଭାବ ରହଛି । ଏନେଇ ସେ ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି । ଇଣ୍ଡୋନେସିଆ ଗସ୍ତର ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ଦାମନଯୋଡି ନାଲକୋକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ସିମରନ ଆଗକୁ ମିସ୍‌ ଗ୍ଲୋବାଲ ଇଣ୍ଡିଆ ଓ ମିସ୍‌ ୟୁନିଭର୍ସ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

 

Leave A Reply

Your email address will not be published.