ସାଇବର କ୍ରାଇମ୍‌ ରୋକିବାକୁ ଏକାଠି ହେଲେ ଏହି ୭ କମ୍ପାନୀ, ଗୁଗଲ୍‌ ଠାରୁ ନେବେ ସାହାଯ୍ୟ

ଟେକ୍ନୋଲୋଜିରେ ଯେତିକି ଯେତିକି ଉନ୍ନତି ଘଟୁଛି ସେହି ଅନୁପାତରେ ଠକାମି ମଧ୍ୟ ବଢ଼ିବାରେ ଲାଗିଛି। ହ୍ୟାକରମାନେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି। ପ୍ରତିଦିନ ସାଇବର କ୍ରାଇମ୍‌ ଘଟଣା ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ଚୋରି ହେଉଛି। ଏଭଳି ଅନ୍‌ଲାଇନ୍‌ ଠକାମି ଉପରେ ଲଗାମ ଲଗାଇବା ପାଇଁ ମେକ ମାଇ ଟ୍ରିପ୍‌ ଗ୍ରୁପ୍‌, ପେଟିଏମ୍‌, ଓୟୋ, ସ୍ୱିଗି ଏବଂ ଉବର ଆଦି ୭ କମ୍ପାନୀ ଏକାଠି ହୋଇଛନ୍ତି। ରିପୋର୍ଟ ମୁତାବକ, ଦେଶରେ ସାଇବର କ୍ରାଇମ୍‌ ୨୨, ପଣ୍ଡ ଟ୍ରାନ୍ସଫର ୧୫, ଡାଟା ଚୋରି ୧୫, ପରିଚୟ ଚୋରି ୧୨ ଏବଂ କାର୍ଡ ସ୍କିମିଙ୍ଗ୍‌ ୧୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏହାସହ ପଢନ୍ତୁ: ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ରେ ଆସିବାକୁ ଯାଉଛି ଏହି ନୂତନ ଫିଚର, ଜାଣନ୍ତୁ କ’ଣ ହୋଇଛି ଅପ୍‌ଡେଟ୍‌

ଆର୍‌ବିଆଇ ସହ ବୈଠକ କଲେ ଏହି କମ୍ପାନୀ:

ରିପୋର୍ଟ ମୁତାବକ ଏହି କମ୍ପାନୀଗୁଡ଼ିକ ସାଇବର କ୍ରାଇମ୍‌ ଉପରେ ରୋକ୍‌ ଲଗାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ବୈଠକ କରିଛନ୍ତି। ଏହି ବୈଠକରେ ଆର୍‌ବିଆଇ କମ୍ପାନୀମାନଙ୍କ ସହ ଅନ୍‌ଲାଇନ୍‌ ଠକେଇ ରୋକିବା ଦିଗରେ ଆଲୋଚନା କରିଛି। ହ୍ୟାକରମାନେ ସାଇବର କ୍ରାଇମ୍‌ ପାଇଁ ନକଲି ଟୋଲ୍‌ ଫ୍ରି ନମ୍ବର, ସିରିୟଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆକାଉଣ୍ଟ ଜେନେରେଟର ଭଳି ଉପାୟ ବ୍ୟବହାର କରୁଛନ୍ତି। ଏଥିସହ କମ୍ପାନୀଗୁଡ଼ିକ ଠକାମିରେ ବ୍ୟବହାର ହୋଇଥିବା ୪୦୦୦ ସିମ୍‌ କାର୍ଡ ଏବଂ ୩୫୦ରୁ ୪୦୦ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆର୍‌ବିଆଇ, ଏସ୍‌ବିଆଇ ଏବଂ ଟେଲିକମ୍‌ କମ୍ପାନୀ ସହ ସେୟାର କରିଛି।

ଗୁଗଲଠାରୁ ନେବେ ସାହାଯ୍ୟ:

ମେକ ମାଇ ଟ୍ରିପ୍‌ ଗ୍ରୁପ ଠାରୁ ଉବର ପର୍ଯ୍ୟନ୍ତ ସାଇବର କ୍ରାଇମ୍‌ ଉପରେ ଲଗାମ ଲଗାଇବା ପାଇଁ ଆଗଧାଡ଼ିର ସର୍ଚ୍ଚ ଇଞ୍ଜିନ୍‌ କମ୍ପାନୀ ଗୁଗଲ ଠାରୁ ସାହାଯ୍ୟ ଚାହିଁଛନ୍ତି। ହ୍ୟାକରମାନେ ଗୁଗଲର ଫିଚର ବ୍ୟବହାର କରି ନିଜ ନକଲି ଟୋଲ ଫ୍ରି ନମ୍ବରକୁ ସର୍ଚ୍ଚ ଲିଷ୍ଟର ସବୁଠାରୁ ଉପରେ ଦେଖାଇଥାନ୍ତି। ଫଳରେ ସାଧାରଣ ଗ୍ରାହକ ଠକାମିର ଶିକାର ହୋଇଥାନ୍ତି। ଏଥିସହ କେତେକ ହ୍ୟାକର ବ୍ୟାଙ୍କର ନକଲି ସାଇଟ୍‌ ମଧ୍ୟ ତିଆରି କରି ଅପରାଧିକ ଗତିବିଧି ଚଳାଉଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.