ପାକିସ୍ତାନ ଶରଣାର୍ଥୀଙ୍କୁ ନାଗରିକତା ନଦେବା ପର୍ଯ୍ୟନ୍ତ ସରକାର ବିଶ୍ରାମ ନେବେ ନାହିଁ: ଅମିତ ଶାହ

ମଧ୍ୟପ୍ରଦେଶ : ପାକିସ୍ତାନ ଶରଣାର୍ଥୀଙ୍କୁ ନାଗରିକତା ନଦେବା ପର୍ଯ୍ୟନ୍ତ ସରକାର ବିଶ୍ରାମ ନେବେ ନାହିଁ । ମଧ୍ୟପ୍ରଦେଶ ଜବଲପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କଂଗ୍ରେସକୁ ଶୁଣେଇ ଶୁଣେଇ କହିଛନ୍ତି, ବିରୋଧକୁ ଯେଉଁ ସ୍ତରକୁ ନେବାର ଅଛି ନିଅ, କିନ୍ତୁ ପାକିସ୍ତାନର ଶରଣାର୍ଥୀମାନଙ୍କୁ ନାଗରିକତା ନଦେବା ପର୍ଯ୍ୟନ୍ତ ଆମେ ନିରବରେ ବସି ପାରିବୁ ନାହିଁ । ଏହାକୁ କେହି ଅଟକାଇ ପାରିବେ ନାହିଁ । ଭାରତ ଉପରେ ଆମର ଯେତିକି ଅଧିକାର ଅଛି ପାକିସ୍ତାନର ହିନ୍ଦୁ, ଶିଖ, ବୌଦ୍ଧ ଓ ଖ୍ରୀଷ୍ଟୀଆନ ଶରଣାର୍ଥୀଙ୍କର ବି ସେତିକି ଅଧିକାର ଅଛି ବୋଲି ସେ କହିଛନ୍ତି । ଏଥିସହ ସିଏଏରେ କୌଣସି ଭାରତୀୟ ନାଗରିକଙ୍କ ନାଗରିକତାକୁ କାଢି ନେବାର କେଉଁଠି ପ୍ରାବଧାନ ରହିଛି, ତାହା ଦେଖାଇ ଦେବାକୁ ରାହୁଲ ଓ ମମତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.