ଓଡ଼ିଶା କଳାକାରଙ୍କ କମାଲ, ସେନା ଦିବସରେ ୨,୨୫୬ ଦିଆସିଲ କାଠିରେ ତିଆରି କଲେ ଟ୍ୟାଙ୍କ, ଉଡ଼ାଇଲେ ପତାକା

ସେନା ଦିବସ ଅବସରରେ ଓଡ଼ିଶାର ଜଣେ କଳାକାର ଦିଆସିଲି କାଠିରେ ଭାରତୀୟ ସେନାର ଏକ ଟ୍ୟାଙ୍କ ପ୍ରସ୍ତୁତ କରିଛନ୍ତି। ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ପରେ ସେ ତାହା ଉପରେ ଜାତୀୟ ପତାକା ଉଡ଼ାଇଛନ୍ତି। କଳାକାରଙ୍କ ନାଁ, ଶାଶ୍ୱତ ରଞ୍ଜନ ସାହୁ, ସେ ପୁରୀର ବାସିନ୍ଦା।

ଏଭଳି ଏକ ନିଆରା କଳାକୃତି କରିଥିବା ଶାଶ୍ୱତ କହିଛନ୍ତି, ଦିଆସିଲି କାଠିରେ ସେନାର ଟ୍ୟାଙ୍କ୍‌ ତିଆରି କରିବାକୁ ତାଙ୍କୁ ୬ ଦିନ ସମୟ ଲାଗିଛି। ଏଥିରେ ୨,୨୫୬ ଦିଆସିଲି କାଠି ବ୍ୟବହାର କରାଯାଇଛି। ସେ ଏହାକୁ ଭାରତୀୟ ସେନାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତିଆରି କରିଛନ୍ତି। ଟ୍ୟାଙ୍କର ଉଚ୍ଚତା ୯ ଇଞ୍ଚ ହୋଇଥିବା ବେଳେ ଚଉଡ଼ା ରହିଛି ୮ ଇଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.