Below header

ଭଦ୍ରକରେ ପୋଲିସ ଗାଡ଼ି ଜାଳିବା ଘଟଣା: ଶହେରୁ ଅଧିକଙ୍କ ନାଁରେ ମାମଲା ଓ ୬ଜଣ ଗିରଫ କଲା ପୋଲିସ

ଭଦ୍ରକ(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଲିନଗର ଛକରେ ପୋଲିସ ଗାଡ଼ିକୁ ଜାଳିବା ଘଟଣାରେ ୬ଜଣ ଗିରଫ। ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ୧୩ ତାରିଖରେ ତିହିଡ଼ି ଥାନା ହାତୁଆରିରେ ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲିନଗର ଛକରେ ରାସ୍ତାରୋକ ହୋଇଥିଲା।

ପୋଲିସ ଗାଡ଼ି ଜାଳିବା ଘଟଣାରେ ଶହେରୁ ଅଧିକ ନାଁରେ ମାମଲା ରୁଜୁ ହୋଇଛି। ତିହିଡି ଥାନା ଅତିରିକ୍ତ ଥାନା ଅଧିକାରୀ ତପନ ପ୍ରଧାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ବେଳେ ପୀରହାଟ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୋଲିସ ଭ୍ୟାନ୍‌ରେ କୋର୍ଟକୁ ଆଣୁଥିଲେ। ରାସ୍ତାରୋକ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିକୁ ପୋଡି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.