ଟିକାକରଣ ପରେ କାଲି ଦିନ ସାଢ଼େ ୧୨ଟାରେ ଫିଡବ୍ୟାକ ନେବେ ମୁଖ୍ୟମନ୍ତ୍ରୀ, ପଚାରିବେ ଟିକାକରଣ ବ୍ୟବସ୍ଥା କେମିତି ଥିଲା ?

କେନ୍ୟୁଜ୍(ବ୍ୟୁରୋ):  ଫିଡବ୍ୟାକ୍‌ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ଟିକାକରଣ ପରେ ରାଜ୍ୟର ୧୬୦ଟି କେନ୍ଦ୍ରରୁ ସ୍ୱାସ୍ଥ୍ୟକର୍ମୀଙ୍କ ଫିଡବ୍ୟାକ୍‌ ନେବେ । ଦିନ ସାଢ଼େ ୧୨ଟାରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ମତାମତ ନେବେ ମୁଖ୍ୟମନ୍ତ୍ରୀ ।

ଟିକାକରଣ ବ୍ୟବସ୍ଥା କେମିତି ଥିଲା ? ସବୁ କିଛି ବ୍ୟବସ୍ଥିତ ହୋଇଥିଲା କି ନାହିଁ ? କୌଣସି ଅସୁବିଧାର ସାମନା କରି ନାହାନ୍ତି ତ ? ଶୃଙ୍ଖଳିତ ଭାବରେ ସବୁ ହୋଇଛି କି ନାହିଁ ସେବାବଦରେ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ।

 

 

Leave A Reply

Your email address will not be published.