ଆରମ୍ଭ ହେଲା ଅନନ୍ତ-ରାଧିକାଙ୍କ ବିବାହ ପ୍ରସ୍ତୁତି, ଅତିଥିଙ୍କୁ ମିଳିବ ସ୍ୱତନ୍ତ୍ର ଉପହାର

ଆରମ୍ଭ ହୋଇଯାଇଛି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ପ୍ରସ୍ତୁତି । ଆସନ୍ତା ଜୁଲାଇ ୧୦, ୧୧ ଏବଂ ୧୨ ତାରିଖ ଅନନ୍ତ ଓ ରାଧିକାଙ୍କ ପାଇଁ ସ୍ପେଶାଲ ହେବାକୁ ଯାଉଛି । ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।

ଆରମ୍ଭ ହୋଇଯାଇଛି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ପ୍ରସ୍ତୁତି । ଆସନ୍ତା ଜୁଲାଇ ୧୦, ୧୧ ଏବଂ ୧୨ ତାରିଖ ଅନନ୍ତ ଓ ରାଧିକାଙ୍କ ପାଇଁ ସ୍ପେଶାଲ ହେବାକୁ ଯାଉଛି । ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ଯଦିଓ ତାରିଖକୁ ଅନେକ ଦିନ ରହିଛି, କିନ୍ତୁ ବିବାହର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି ।

ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ ସେଲିବ୍ରେସନ ଆରମ୍ଭ ହୋଇଛି । ଭାରତୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯାଇ ଉତ୍ସବକୁ ସେଲିବ୍ରେଟ କରାଯାଉଛି । ଉଭୟ ନିଜ ବିବାହରେ ଅନେକ ଜିନିଷ ସ୍ପେଶାଲ କରିବାକୁ ଯାଉଛନ୍ତି । ଯେଉଁ ଅତିଥିମାନେ ବିବାହ ଉତ୍ସବରେ ସାମିଲ ହେବେ, ସେମାନଙ୍କୁ ହ୍ୟାଣ୍ଡକ୍ରାଫ୍ଟେଡ କ୍ୟାଣ୍ଡେଲ୍ସ ଉପହାର ମିଳିବ ।

ଏହି ମହମବତିଗୁଡ଼ିକୁ ଦୃଷ୍ଟିବାଧିତ ପିଲାମାନେ ମିଶି ତିଆରି କରିଛନ୍ତି । ଏ ସବୁ କ୍ୟାଣ୍ଡେଲ୍‌ ପରିବେଶ ଅନୁକୂଳ ରହିଛି । ଏହା ଜରିଆରେ ବିବାହ ଉତ୍ସବରେ ଏକ୍ସଟ୍ରାଅର୍ଡିନାରୀ ଟଚ୍‌ ଦେବାକୁ ଚେଷ୍ଟା କରାଯାଇଛି । ଭାରତୀୟ କାରିଗରୀକୁ ପ୍ରୋତ୍ସାହନ ଦିଆଯାଇଛି । କହି ରଖୁଛୁ, ନୀତା ଓ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଆସନ୍ତା ଜୁଲାଇ ମାସରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.