Below header

ରିଲାଏନ୍ସ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଅନୀଲ ଅମ୍ବାନୀ

ମୁମ୍ବାଇ : ଦେଶରେ ପରିଚିତ ବ୍ୟବସାୟୀମାନଙ୍କ ମଧ୍ୟରେ ଅନ୍ୟତମ ଅନୀଲ ଅମ୍ବାନୀ । କିନ୍ତୁ ଏହି ବ୍ୟବସାୟୀ ଜଣଙ୍କ ବର୍ତ୍ତମାନ ଦେବାଳିଆ ସ୍ଥିତିକୁ ଚାଲିଆସିଛନ୍ତି । ଏନେଇ ଗତକାଲି ନିଜ କମ୍ପାନୀ ରିଲାଏନ୍ସ ଲିମିଟେଡକୁ ସେ ଦେବାଳିଆ ଘୋଷିତ କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । କମ୍ପାନୀ ବିଭିନ୍ନ ଆଇନଗତ ନିଷ୍ପତି ଯୋଗୁଁ ଋଣ ପରିଶୋଧ କରିବାରେ ଅକ୍ଷମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାବ୍ୟତିତ କେହି କଂପାନିକୁ ଋଣ ଦେବାକୁ ରାଜି ହେଉନଥିବା ମଧ୍ୟ କୁହାଯାଇଛି। ରିଲାଏନ୍ସ ଲିମିଟେଡର ନିର୍ଦ୍ଦେଶକ ଗ୍ରୁପ ବୈଠକରେ ୧୮ ମାସ ବିତିବା ପରେ ମଧ୍ୟ କଂପାନି ତା’ର ସଂପତ୍ତି ବିକ୍ରି କରିବାରେ ଅସମର୍ଥ ହୋଇଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି।

anil ambani relianceରିଲାଏନ୍ସ ଲିମିଟେଡକୁ ଋଣ ଦେଇଥିବା ସଂସ୍ଥାମାନଙ୍କ ମଧ୍ୟରେ ମତଭେଦ ଲାଗିରହିଛି। ଏଥିନେଇ ସହମତି କରିବା ଲାଗି ୪୫ଟି ବୈଠକ ଅନୁଷ୍ଠିତ ହୋଇଛି। କିନ୍ତୁ ସେଥିରୁ କୌଣସି ସୁଫଳ ମିଳିନାହିଁ। ବୋର୍ଡ ନିଷ୍ପତ୍ତି ନେଇଛି ଯେ କଂପାନି ଏନ୍‌ସିଏଲ୍‌ଟି ମୁମ୍ବାଇ ଜରିଆରେ ଶୀଘ୍ର ଏହି ସମସ୍ୟାର ସମାଧାନ ଲାଗି ବିକଳ୍ପ ପନ୍ଥା ଖୋଜିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.