ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଆଉ ଜଣେ ଯବାନ

ଜମ୍ମୁ କଶ୍ମୀରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ। ଯେଉଁଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଆହତ ହୋଇଛନ୍ତି ଆଉ ୨ ଜଣ ।

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ। ଯେଉଁଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଆହତ ହୋଇଛନ୍ତି ଆଉ ୨ ଜଣ । ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ସେନାର ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଗତକାଲି ଅପରାହ୍ନ ୩ଟା ୪୫ ମିନିଟ ବେଳେ ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ।

ଏହାର କଡ଼ା ଜବାବ ଦେଇଥିଲେ ସୁରକ୍ଷା ବାହିନୀ। ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ। ଏଥିରେ ପ୍ରଥମେ ୩ ଜଣ ଯବାନ ସହିଦ ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଆଉ ଜଣେ ଯବାନ ।

ବୁଧବାର ସନ୍ଧ୍ୟାରୁ ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଆତଙ୍କବାଦୀ ନିପାତ ଅପରେସନ୍। ଗତକାଲିର ଗୁଳି ବିନିମୟ ପରେ ସଂପୃକ୍ତ ଅଞ୍ଚଳରେ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଛି। ଗତ ମାସରେ ମଧ୍ୟ ରଜୌରି ଜିଲ୍ଲାର କାଲାକୋଟ ଅଞ୍ଚଳରେ ଆତଙ୍କବାଦୀ ସେନା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ କ୍ୟାପ୍ଟେନଙ୍କ ସହ ସହିଦ ହୋଇଥିଲେ ୨ ଜଣ ଯବାନ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.