Below header

ମିଳିଲା ପରିତ୍ୟକ୍ତ ବୋଟ୍‌, ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ସତର୍କ କରାଇଦେଲା ସେନା

ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଏଭଳି କିଛି ସଂକେତ ଦେଇଛି ଭାରତୀୟ ସେନା । ସେନାର ଦକ୍ଷିଣ ଭାଗ ମୁଖ୍ୟ କମାଣ୍ଡର-ଇନ୍‌-ଚିଫ୍‌ ଲେଫ୍ଟନାଣ୍ଡ ଜେନେରାଲ ଏସ୍‌.କେ. ସଇନି ଏହି ସୂଚନା ଦେଇଛନ୍ତି । ସର କ୍ରିକ୍‌ ଅଞ୍ଚଳରେ କିଛି ପରିତ୍ୟକ୍ତ ବୋଟ୍‌ ଜବତ କରାଯିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଆତଙ୍କବାଦୀଙ୍କ ପ୍ରତିଟି ଷଡ଼ଯନ୍ତ୍ରକୁ ବିଫଳ କରିଦିଆଯିବ ବୋଲି ସଇନି ଦୃଢ଼ତାର ସହ କହିଛନ୍ତି ।


ସେପଟେ ସେନାର ଚେତାବନୀ ପରେ କେରଳରେ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ଡିଜି ପଦବିରେ ଥିବା ଓଡ଼ିଆ ଆଇପିଏସ୍‌ ଲୋକନାଥ ବେହେରା କହିଛନ୍ତି କି ଆମେ ସବୁ ଜାଗାରେ ସତର୍କ ନଜର ରଖିଛୁ । ପ୍ରତି ଜିଲ୍ଲାକୁ ଆଲର୍ଟ କରି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.