କେବେବି ଭୂଲିପାରିବେନି ସ୍ୱାଦ ଯଦି ଏମିତି ପ୍ରସ୍ତୁତ କରିବେ ଆଳୁ ପରଟା !

ଆମେ ସମସ୍ତେ ଆଳୁ ପରଟାକୁ ବହୁତ ଭଲ ପାଇଥାନ୍ତି। ଆଳୁ ପରଟା ଖାଇବାକୁ ଜଣେ ଜଣେ ପାଗଳ ହୋଇପଡନ୍ତି। ଏହାକୁ ପ୍ରାୟ ଜଳଖିଆରେ ଖାଇବାକୁ ଭଲ ଲାଗିଥାଏ। ଯଦି ଆପଣଙ୍କୁ ଆଳୁ ପରଟା ଖାଇବାକୁ ପସନ୍ଦ ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଆପଣ ସ୍ୱାଦିଷ୍ଟ ଆଳୁ ପରଟା ବନାଇ ପାରିବେ।

ଆବଶ୍ୟକ ସାମଗ୍ରୀ

-ଏକ ବଡ ସିଝା ଆଳୁ

-୨ କପ୍‌ ଅଟା

-ସ୍ୱାଦାନୁସାରେ କଞ୍ଚା ଲଙ୍କା

-ଏକ ଟେବୁଲ ଚାମଚ କଳା ଲୁଣ

-ଏକ ଟେବୁଲ ଚାମଚ ଧନିଆ ପତ୍ର

-ଭାଜିବା ପାଇଁ ଘିଅ

-ଡଷ୍ଟିଂ ପାଇଁ ଅଟା

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଆଳୁକୁ ଚକଟି ଦିଅନ୍ତୁ। ଏହାପରେ ଏଥିରେ ସ୍ୱାଦାନୁସାରେ କଳା ଲୁଣ, ଲଙ୍କା ଗୁଣ୍ଡ, କଞ୍ଜା ଲଙ୍କା ଏବଂ ଧନିଆ ପତ୍ର ମିଶାଇ ଗୋଳାଇ ଦିଅନ୍ତୁ। ଏବେ ଚକଟା ହୋଇଥିବା ଅଟା ନିଅନ୍ତ ୁ ଏବଂ ସେଥିରେ ଆଳୁର ମିଶ୍ରଣକୁ ଭରନ୍ତୁ। ଫିଲିଙ୍ଗ କରିବା ପରେ ବେଲି ଦିଅନ୍ତୁ। ଏହାପରେ ତାଓ୍ଵାରେ ତେଲ ଗରମ କରି ପରଟାକୁ ଭଲ ଭାବେ ସେକି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.