ସପରିବାର ମତଦାନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍, କହିଲେ ଆଶା ଅଛି ତୃତୀୟ ଥର ଲାଗି ଆପ୍‌ ଦିଲ୍ଲୀରେ ସରକାର ଗଠନ କରିବ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଲାଗି ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ୍ଥିତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସପରିବାର ସହିତ ଭୋଟ୍‌ ଦେଇଛନ୍ତି କେଜ୍ରିଓ୍ଵାଲ୍‌ । ସେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପିର ସୁନୀଲ ଯାଦବ ଏବଂ କଂଗ୍ରେସର ରୋମେଶ ସାଭରଓ୍ଵାଲ୍‌।

କେଜ୍ରିଓ୍ଵାଲ୍‌ ଭୋଟ୍‌ ଦେବା ପରେ ଦିଲ୍ଲୀରେ କରାଯାଇଥିବା କାର୍ଯ୍ୟ ଆଧାରରେ ଲୋକେ ଭୋଟ୍‌ ଦେବାସହିତ ତୃତୀୟ ଥର ଲାଗି ଆପ୍‌ ଦିଲ୍ଲୀରେ ସରକାର ଗଠନ କରିବ ବୋଲି ସେ ଆଶା ରଖିଥିବା କହିଛନ୍ତି। କେଜ୍ରିଓ୍ଵାଲ୍‌ ନିଜ ପତ୍ନୀ, ମାଆ ଓ ପୁଅଙ୍କ ସହ ଭୋଟ୍‌ ଦେବାକୁ ଯାଇଥିଲେ। ଭୋଟ୍‌ ଦେବା ନିମନ୍ତେ କେଜ୍ରିଓ୍ଵାଲ୍‌ ମଧ୍ୟ ଦିଲ୍ଲୀବାସୀଙ୍କୁ ନିବେଦନ କରିବା ସହିତ ସମସ୍ତଙ୍କୁ, ବିଶେଷ କରି ମହିଳାମାନଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.