Below header

ଅଦମ୍ୟ ସାହସ ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ୩୬୦ କିମି ଦୂରତାକୁ ୪. ୨୦ଘଣ୍ଟାରେ ଅତିକ୍ରମ କରି ବଞ୍ଚାଇଲେ ୪୦ ଦିନ ଶିଶୁର ଜୀବନ

ବେଙ୍ଗାଲୁରୁ (କେ ନିୟୁଜ) : ଗତ ଶୁକ୍ରବାର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସାହାସିକତା କାରଣରୁ ଗୋଟେ ୪୦ ଦିନ ଶିଶୁର ଜୀବନ ବଂଚିଯାଇଛି । ସେ ମଙ୍ଗାଳୁରୁ ରୁ ବେଙ୍ଗାଲୁରୁ ୩୬୦ କିମି ଦୁରତାକୁ ମାତ୍ର ୪ ଘଣ୍ଟାରେ ଅତିକ୍ରମ କରି ଜିରୋ ଟ୍ରାଫିକ ରେ ପହଞ୍ଚିବା କାରଣରୁ ଯଥା ସମୟରେ ଶିଶୁଟିର ଚିକିତ୍ସା କରାଯାଇପାରିଥିଲା । ଏହାଦ୍ୱାରା ବଞ୍ଚାଇ ପାରିଛନ୍ତି ଗୋଟେ ୪୦ ଦିନ ଶିଶୁର ଜୀବନ ବଂଚିଯାଇଛି । ଡ୍ରାଇଭରଙ୍କ ଏପରି ସାହାସିକତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ସୂଚନା ଯେ ମାଙ୍ଗାଳୁରୁର ଏକ ହସ୍ପିଟାଲରେ ଜଣେ ୪୦ ଦିନର ଶିଶୁ ନିମୋନିଆ ଏବଂ ଅଧିକ ଥଣ୍ଡାରେ ଗଭୀର ସଂକ୍ରମିତ ହୋଇଥିଲା । ଏକାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଶିଶୁଟିକୁ ଭେଂଟିଲେଟରରେ ଭର୍ତି କରାଯାଇଥିଲା । ତୁରନ୍ତ ଶିଶୁଟିର ହାର୍ଟ ଅପରେସନ କରିବାକୁ ବେଙ୍ଗାଲୁରୁ ନେଇଯିବା ପାଇଁ ହସ୍ପିଟାଲ ପକ୍ଷ ସୂଚନା ଦେଇଥିଲେ ।

ambulance

ହସ୍ପିଟାଲ ତରଫରୁ ଏପରି ଶୁଣି ପରିବାର ଲୋକେ କଣ କରିବେ କିଛି ଭାବି ପାରିନଥିଲେ ଏବଂ ମାଙ୍ଗାଳୁରୁରୁ ବେଙ୍ଗାଲୁରୁ ଆସିବାକୁ ହେଲେ ପାଖାପାଖି ୭ ରୁ ୮ ଘଣ୍ଟା ଲାଗିଯିବ । ବୁଦ୍ଧି ନ ଦିଶିବାରୁ ପ୍ରାଇଭେଟ ଆମ୍ବୁଲାନ୍ସର ସହାୟତା ନେଇଥିଲେ ।  ଆମ୍ବୁଲାନ୍ସ ଡ୍ରାଇଭର ଫରିଦ୍ ସିଫୁଲ ଅଜମତ କୁ  ପରିବାର ଲୋକେ ସମସ୍ତ ଘଟଣା କହିଥିଲେ । ଡ୍ରାଇଭର  ମାଙ୍ଗାଳୁରୁରୁ ଦିନ ୧୨ ସମୟରେ ବାହାରି ଠିକ ଅପରାହ୍ନ ୪.୨୦ ମିନିଟରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ  ।  ଶିଶୁଟି ଶୀଘ୍ର ହସ୍ପିଟାଲରେ ପହଁଚିବା ସହ ହାର୍ଟ ସର୍ଜରୀ କରାଯାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ ହେଉଛି ଏଥିପାଇଁ  ଅଜମତ  ପରିବାର ଠାରୁ ପାରିଶ୍ରମିକ ନେଇନଥିଲେ ।  ଏହି ଡ୍ରାଇଭର ଜଣଙ୍କ ସମସ୍ତଙ୍କ ଆଖିରେ ହିରୋ ପାଲଟି ଯାଇଛନ୍ତି । ୩୬୦ କିମି ଦୂରତାକୁ ଜିରୋ ଟ୍ରାଫିକ ରେ ମାତ୍ର ୪ ଘଣ୍ଟାରେ ପହଞ୍ଚି ପାରିଥିଲେ । ସୋସିଆଲ ମିଡିଆରେ ଏହି ଘଟଣା ଖୁବ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.