Below header

କେଜ୍ରିଙ୍କ କ୍ରେଜ୍: ଲଗାତାର ତୃତୀୟ ଥର ପାଇଁ ଆସନ୍ତା ୧୬ରେ ରାମଲୀଳା ମଇଦାନରେ ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ଦିଲ ଜିତିବା ପରେ ଲଗାତାର ତୃତୀୟ ଥର ପାଇଁ ୧୬ ତାରିଖ ରବିବାର ଶପଥ ନେବେ ଅରବିନ୍ଦ କେଜ୍ରିଓ୍ଵାଲ । ରାମଲୀଳା ମଇଦାନରେ ଶପଥ ଗ୍ରହଣ ସମାରୋହ ହେବ । କେଜ୍ରିଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ନେବେ । ନୂଆ ସରକାର ଗଠନ ନେଇ କେଜ୍ରିଓ୍ଵାଲ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ସାକ୍ଷାତ କରିଛନ୍ତି । ପରେ କେଜ୍ରିଓ୍ଵାଲଙ୍କ ଘରେ ଅନୁଷ୍ଠିତ ଆପ ବିଧାୟକ ଦଳ ବୈଠକରେ କେଜ୍ରିଓ୍ଵାଲଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି ।

Kejriwal-winକେଜ୍ରିଙ୍କ କ୍ରେଜ୍ ଆଗରେ ଫେଲ୍ ମାରିଛି ମୋଦି ମ୍ୟାଜିକ୍ । ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିଛି ଆମ୍ ଆଦମୀ ପାର୍ଟି । ଏକାକୀ ବହୁମତ ହାସଲ କରିଛି । ୬୨ଟି ଆସନରେ ଆପ୍ ବିଜୟୀ ହୋଇଥିବା ବେଳେ ମାତ୍ର ୮ଟି ଆସନରେ ଜିତିଛି ବିଜେପି । ପୁଣି ଥରେ ଖାତା ଖୋଲି ପାରିନି କଂଗ୍ରେସ । ଅରବିନ୍ଦ କେଜ୍ରିିଓ୍ଵାଲ କହିଛନ୍ତି, ଏହା ଦିଲ୍ଲୀବାସୀଙ୍କ ବିଜୟ । ଗତଥର ଅପେକ୍ଷା ଆପ୍‌ର ଭୋଟ୍ ହାର ୧ ପ୍ରତିଶତ ଖସିଛି । ବିଜେପିର ଭୋଟ ହାର ୬ ପ୍ରତିଶତ ବଢ଼ିଥିଲେ ବି ଦୁଇ ଅଙ୍କ ସିଟ୍ ଛୁଇଁ ପାରିଲା ନାହିଁ । ୨୦୧୯ ଲୋକସଭା ତୁଳନାରେ ବିଜେପିର ଭୋଟ ହାର ୧୮ ପ୍ରତିଶତ କମ୍ । ଆପ୍‌ର ୩୫ ପ୍ରତିଶତ ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.