କଣ ଆପଣଙ୍କ ଜନ୍ମ ମହାଶିବରାତ୍ରି ଦିନ ହୋଇଛି କି ? ତେବେ ଜାଣି ରଖନ୍ତୁ ନିଜ ସ୍ଵଭାଵ

କଣ ଆପଣଙ୍କ ଜନ୍ମ ମହାଶିବ ରାତ୍ରି ଦିନ ହୋଇଛି କି ? ନଚେତ ଆପଣଙ୍କ କୌଣସି ସାଙ୍ଗସାଥି କିମ୍ବା ବନ୍ଧୁବାନ୍ଧବଙ୍କ ଜନ୍ମ ଏହି ପବିତ୍ର ଦିନ ହୋଇଛି କି ? ତେବେ ତ ନିଶ୍ଚିତ ରୂପେ ଆପଣଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ରହିଛି । କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତି ବିଶେଷଙ୍କ ସ୍ୱଭାବ କିପରି ହୋଇଥାଏ। ତେବେ ଆଜି ସେ ବିଷୟରେ କିଛି ଜାଣି ରଖନ୍ତୁ । ଏହି ଦିନ ଜନ୍ମ ନେଇଥିବା ଲୋକେ ଖୁବ ଦୟାଳୁ ହେବା ସହ ଦାନୀ ମଧ୍ୟ ହୋଇଥାନ୍ତି । ଏହି ବ୍ୟକ୍ତିବିଶେଷ ମାନେ ଜୀବନରେ ଖୁବ ଯଶ ଓ ପ୍ରତିଷ୍ଠା ମଧ୍ୟ ଲାଭ କରନ୍ତି । କିନ୍ତୁ ଏହି ଦିନରେ ଜନ୍ମ ଗ୍ରହଣ କରିଥିବା ଲୋକେ ଦାନୀ ହେବା ସହ ଅନେକ ଦାନ ଧର୍ମ ମଧ୍ୟ କରନ୍ତି । ଏଧରଣର ଲୋକେ ବିଭିନ୍ନ ପ୍ରଶାସନିକ ପଦ ପଦବୀ ମଧ୍ୟ ଲାଭ କରନ୍ତି।

mahashivaratri

ମହାଶିବରାତ୍ରୀର ଶୁଭ ଅବସରରେ ଯେଉଁ ସବୁ ପୁତ୍ର ସନ୍ତାନ ମାନେ ଜନ୍ମ ନିଅନ୍ତି ସେମାନେ ଖୁବ ଯୋଗ୍ୟ ହୋଇଥାନ୍ତି । ଏହି ଦିନ ଜନ୍ମ ନେଇଥିବା ପୁତ୍ରୀ ମାନେ ବି ଖୁବ ଯଶସ୍ବୀ ହୁଅନ୍ତି । ଖାଲି ସେତିକି ନୁହେଁ ଏମାନେ ଅଚଳାଚଳ ସମ୍ପତ୍ତି ମଧ୍ୟ ଲାଭ କରନ୍ତି । ଅବଶ୍ୟ ସ୍ୱଭାବରେ ଏମାନେ କିଛିଟା କ୍ରୋଧୀ ସ୍ୱଭାବର ହୋଇଥାନ୍ତି ।ମହାଶିବରାତ୍ରୀ ପରି ଶୁଭ ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ବିଶେଷ କଳା, ପତ୍ର କାରିତା ଓ ଫିଲ୍ମ ଉଦ୍ୟୋଗରେ ହିଁ ଅଧିକ ପ୍ରତିଷ୍ଠା ଲାଭ କରିବାର ନଜିର ମଧ୍ୟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.