ବଜାରକୁ ଆସିବ ନୂଆ ଏକ ଟଙ୍କିଆ ନୋଟ, ରହିବ ଏହିସବୁ ବିଶେଷତ୍ୱ

ଭାରତରେ ଖୁବଶୀଘ୍ର ବଜାରକୁ ଆସିବ ନୂଆ ଟଙ୍କିକିଆ ନୋଟ। କେନ୍ଦ୍ର ସରକାର ଏହି ଏକ ଟଙ୍କିଆ ନୂଆ ନୋଟକୁ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ଏହି ନୋଟ୍‌ର ପ୍ରିଣ୍ଟିଂ ଆରବିଆଇ ନୁହେଁ ବରଂ ବିତ୍ତ ମନ୍ତ୍ରଣାଳୟ କରିବ। ଏହି ନୋଟ୍‌ରେ କିଛି ବିଶେଷତ୍ୱ ରହିବ।

– ଏକ ଟଙ୍କିଆ ନୂଆ ନୋଟରେ ‘ଗର୍ଭମେଣ୍ଟ ଅଫ ଇଣ୍ଡିଆ’ର ଠିକ୍‌ ଉପରେ ‘ଭାରତ ସରକାର’ ଲେଖାଥିବା ଦେଖିବାକୁ ମିଳିବ।

– ନୂଆ ନୋଟ୍ରେ ଅର୍ଥ ସଚିବ ଅତନୁ ଚକ୍ରବର୍ତୀଙ୍କ ଦ୍ୱିଭାଷୀ ଦସ୍ତଖତ ରହିବ। ନମ୍ବର ପ୍ୟାନେଲ୍ରେ ଇଂରାଜି ଅକ୍ଷର ‘ଏଲ୍’ ସହିତ ଛପା ବର୍ଷ ୨୦୨୦ ରହିବ। ଚାଷ କାର୍ଯ୍ୟର ଝଲକ ନୂଆ ନୋଟ୍ରେ ଦେଖିବାକୁ ମିଳିବ।

– ଏହା ବ୍ୟତୀତ ତୈଳ ଉତ୍ତୋଳନ ପ୍ଲାଟଫର୍ମ ‘ସାଗର ସମ୍ରାଟ’ର ଛବି ମଧ୍ୟ ଏହି ନୂଆ ନୋଟରେ ଦେଖିବାକୁ ମିଳିବ।

note

– ନୂଆ ଟଙ୍କିକିଆ ନୋଟ୍ର ଲମ୍ବ ୯.୭ ସେମି ଓ ଚଉଡ଼ା ୬.୩ ସେମି ରହିବ। ବିବିଧ ପ୍ରକାରର ୱାଟରମାର୍କକୁ ଏଥିରେ ବ୍ୟବହାର କରାଯିବ। ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଚଳନରେ ଥିବା ଏକମାତ୍ର ନୋଟ୍ ହେଉଛି ଟଙ୍କିକିଆ ନୋଟ୍ ଯାହାକୁ କେନ୍ଦ୍ର ସରକାର ଛପାଇଥାନ୍ତି।

– ଏହି ନୋଟ ଉପରେ ଥିବା ଏକ ଟଙ୍କିଆ ମୁଦ୍ରା ଚିହ୍ନ ଉପରେ ୨୦୨୦ ଲେଖାହୋଇଥିବା ବେଳେ ଟଙ୍କାର ସଂକେତ ମଧ୍ୟ ରହିବ। ଏହି ନୋଟ ମୁଖ୍ୟତଃ ଦୁଇଟି ରଙ୍ଗର ଉପଲବ୍ଧ ହେବ। ଗୋଲାପୀ ଏବଂ ନୀଳ ରଙ୍ଗ।

ଏହି ଅବସରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବ୍ୟାଙ୍କ ନୋଟଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା ରହିଛି ଯଦ୍ୱାରା ଦୃଷ୍ଟିହୀନ, ଆଂଶିକ ଦୃଷ୍ଟିହୀନ, ବର୍ଣ୍ଣାନ୍ଧ ବ୍ୟକ୍ତିମାନେ ନୋଟ ଚିହ୍ନିପାରିବେ । ଏଗୁଡ଼ିକ ହେଉଛି ଇନଟାଗଲିଓ ପ୍ରିଣ୍ଟିଂ, ଟାକଟାଇଲ ମାର୍କ, ବଡ଼ ଅକ୍ଷର, ସ୍ୱତନ୍ତ୍ର ରଂଗ ଓ ବିନ୍ୟାସ ଇତ୍ୟାଦି ।