‘ସାପ୍ପୋ’ର ପ୍ରଥମ ଫଟୋ ଶେୟାର କଲେ କଲ୍‌କୀ କୋଚଲିନ୍‌, ବୟଫ୍ରେଣ୍ଡ ସହ ଆସିଲେ ନଜର

ବଲିଉଡ୍‌ ଅଭିନେତ୍ରୀ କଲ୍‌କୀ କୋଚ୍‌ଲିନ ନିକଟରେ ଏକ ସୁନ୍ଦର ନହ୍ନିପରୀକୁ ଜନ୍ମ ଦେଇଛନ୍ତି। ସେ ପ୍ରେଗ୍‌ନାନ୍ସିଠାରୁ ଆରମ୍ଭ କରି ଏ ପଯ୍ୟର୍ନ୍ତର ସମସ୍ତ ଅପ୍‌ଡେଟ୍‌ସ ସୋସିଆଲ ମିଡିଆରେ ଶେୟାର କରିଆସୁଛନ୍ତି। ଏବେ କଲ୍‌କୀ ନିଜ ଝିଅର ପ୍ରଥମ ଫଟୋ ଶେୟାର କରିଛନ୍ତି।

k99

କଲ୍‌କୀ ଯେଉଁ ଫଟୋ ଶେୟାର କରିଛନ୍ତି, ସେଥିରେ ସେ ଓ ତାଙ୍କ ବୟଫ୍ରେଣ୍ଡ ଗାଏ ହର୍ଶବର୍ଗ ବେଶ୍‌ ଖୁସି ଥିବା ନଜର ଆସିଛନ୍ତି। ଝିଅ ସହିତ ଏହା ସେମାନଙ୍କର ପ୍ରଥମ ଫଟୋ।

ki

କିଛିଦିନ ତଳେ କଲ୍‌କୀ ଝିଅର ପାଦଚିହ୍ନ ସହ ନାଁର ମଧ୍ୟ ଖୁଲାସା କରିଥିଲେ। ସେ ତାଙ୍କ ନହ୍ନିପରୀର ନାଁ ରଖିଛନ୍ତି ‘ସାପ୍ପୋ’। କହି ରଖୁଛୁ, ‘ସାପ୍ପୋ’ ଜଣେ ଗ୍ରୀକ୍‌ କବି ଥିଲେ, ଯାହାଙ୍କ ନାମ ଅନୁସାରେ କଲ୍‌କୀ ଝିଅର ନାଁ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.