ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଝଟକା, ଇଡିର ରିମାଣ୍ଡ ଏବଂ ଗିରଫ ବୈଧ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ଵାଲଙ୍କୁ ବଡ ଝଟକା ଲାଗିଛି । ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କେଜ୍ରିଓ୍ଵାଲ ଏବେ ଜେଲରେ ରହିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅବକାରୀ ନୀତି ମାମଲାରେ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା ।

ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ଵାଲଙ୍କୁ ବଡ ଝଟକା ଲାଗିଛି । ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କେଜ୍ରିଓ୍ଵାଲ ଏବେ ଜେଲରେ ରହିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଦ ଦୁର୍ନୀତି ମାମଲାରେ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା ।

ତେବେ କେଜ୍ରିଓ୍ଵାଲ ଇଡିର ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଥିଲେ । ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି, ଏହା ଜାମିନ ମାମଲା ନୁହେଁ, ଗିରଫ ଯଥାର୍ଥ । କେଜ୍ରିଓ୍ଵାଲଙ୍କୁ ଗିରଫ ପାଇଁ ଇଡି ପାଖରେ ଯଥେଷ୍ଟ ପ୍ରମାଣ ରହିଥିଲା ।

ତେବେ ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ରାୟ ପରେ ସୁପ୍ରିମକୋର୍ଟ କେଜ୍ରିଓ୍ଵାଲ ଯାଇପାରନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତେବେ ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଇଡି କେଜ୍ରିଓ୍ଵାଲଙ୍କ ଆବେଦନକୁ ବିରୋଧ କରିଥିଲା । ଇଡି କହିଛି କି, କେଜ୍ରିଓ୍ଵାଲ ନିର୍ବାଚନ ଆଧାରରେ ଗିରଫଦାରୀରୁ ବଞ୍ଚିପାରିବେ ନାହିଁ । କାହିଁକି ନା ଆଇନ ତାଙ୍କ ପାଇଁ ଏବଂ ସାଧାରଣ ନାଗରିକଙ୍କ ପାଇଁ ସମାନ ଭାବେ ଲାଗୁ ।

ଇଡି କେଜ୍ରିଓ୍ଵାଲଙ୍କୁ ୨୧ ମାର୍ଚ୍ଚରେ ପଚରାଉଚରା ପରେ ଗିରଫ କରିଥିଲା । ୨୨ ମାର୍ଚ୍ଚରେ ତାଙ୍କୁ କଷ୍ଟଡିକୁ ନେଇ ନିମ୍ନ ଅଦାଲତରେ ହାଜର କରିଥିଲା । ତଳକୋର୍ଟ କେଜ୍ରିଓ୍ଵାଲଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇଥିଲେ । ଏହାପରେ କୋର୍ଟ କେଜ୍ରିଓ୍ଵାଲଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.