Below header

ଏନଡିଏରୁ ଓହରିବ ଶିବସେନା! କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଅରବିନ୍ଦ ସାୱନ୍ତ

ନୂଆଦିଲ୍ଲୀ: ଏନଡିଏରୁ ଶିବସେନା ଓହରିବାକୁ ନେଇ ଏନସିିପିର ସର୍ତ୍ତ ପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଶରଦ ପାୱାରଙ୍କ ସର୍ତ୍ତ ଅନୁଯାୟୀ ବିଜେପି ସହ ଶିବସେନାର ୩୦ବର୍ଷର ସଂପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛି। ଏନଡିଏ ମନ୍ତ୍ରିମଣ୍ଡଳରୁ ଶିବସେନାର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବାକୁ ଏନସିପି କହିବା ପରେ କେନ୍ଦ୍ର ଭାରୀଶିଳ୍ପ ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଥିବା ଜଣାପଡିଛି।

ସେପଟେ ସରକାର ଗଠନ ନେଇ ଆଜି ଦିନ ୧୦ଟାରେ କଂଗ୍ରେସ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ କଂଗ୍ରେସ ପଦକ୍ଷେପ ନେବ ବୋଲି କହିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଆମକୁ ବିରୋଧୀ ଆସନରେ ବସିବାକୁ ଜନାଦେଶ ମିଳିଥିବା ସେ କହିଛନ୍ତି। କିନ୍ତୁ କଂଗ୍ରେସର ଆଭିମୂଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଜୟ ନିରୁପମ। ସେ କହିଛନ୍ତି, କଂଗ୍ରେସ ଶିବସେନା ସହ ଗଲେ ଦଳ ପାଇଁ ବିନାଶର କାରଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.