Xiaomi ଲଞ୍ଚ କଲା ୨୦ ଓ୍ଵାଟ ଓ୍ଵୟାରଲେସ୍‌ ଚାର୍ଜର, ଭର୍ଟିକାଲ ପଜିସନରେ କରିପାରିବେ ଚାର୍ଜ

ଚାଇନା ସ୍ମାର୍ଟଫୋନ୍‌ ନିମାଣକାରୀ କମ୍ପାନୀ ସାଓମି ନିଜର ଫାଷ୍ଟ ଓ୍ଵୟାରଲେସ୍‌ ଚାର୍ଜରକୁ ଲଞ୍ଚ କରିଛି। କମ୍ପାନୀ ଏହାର ଦାମ ରଖିଛି ୧,୦୦୮ ଟଙ୍କା। ଏହି ଚାର୍ଜର ଖାସିୟତ ହେଉଛଜି ୟୁଜର ଏହାକୁ ଲ୍ୟାଣ୍ଡସ୍କେପ ଏବଂ ଭର୍ଟିକାଲ ପଜିସନରେ ରଖି ଚାର୍ଜ କରାଇପାରିବେ। ସେହିପରି ଏହି ଚାର୍ଜର ୨୦ ଓ୍ଵାଟ ପାଓ୍ଵାର ଜେନେରେଟ୍‌ କରିଥାଏ। ଏଥିସହିତ ସାଓମିର ଏହି ଚାର୍ଜରର ସେଲ ୧୧ ନଭେମ୍ବର ମାନେ ଆଜି ଆରମ୍ଭ ହେବ।

ଫିଚର୍ସ

chargerକମ୍ପାନୀ ଏହି ଚାର୍ଜରକୁ କମ୍ପାକ୍ଟ ଡିଜାଇନ୍‌ ଦେଇଛି। ଏହାସହିତ ଏଥିରେ ଛୋଟ ସର୍କୁଲାର ବେସ ସହିତ ଆଙ୍ଗଲ ଷ୍ଟାଣ୍ଡ ଦିଆଯାଇଛି। ଗ୍ରାହକଙ୍କୁ ଏହି ଡିଭାଇସରେ ୨୦ ଓ୍ଵାଟ ଓ୍ଵୟାରଲେସ ଚାର୍ଜର କ୍ୟୁଆଇ ଟେକନିକର ସପୋର୍ଟ ମିଳିବ। ଏହାପୂର୍ବରୁ ସାଓମି ବିଲ୍ଟ ଇନ୍‌ ଫ୍ୟାନ ଚାର୍ଜରକୁ ବଜାର ପ୍ରବେଶ କରାଇଥିଲା, ଯାହା ୩୦ ଓ୍ଵାଟର ପାଓ୍ଵାର ପ୍ରଦାନ କରିଥାଏ।

ଏହାସହ ପଢନ୍ତୁ : ଥଣ୍ଡା ପାଇଁ ନାକରୁ ପାଣି ଗଡୁଛି କି? ତେବେ ଏହି ଉପାୟ ମିନିଟରେ କରିବ କାମ

ସାଓମି ସ୍ମାର୍ଟ ଲ୍ୟାମ୍ପକୁ କରିଥିଲା ଲଞ୍ଚ

ସାଓମି ଗତ ମାସ ସ୍ମାର୍ଟ ଲ୍ୟାମ୍ପକୁ ୨,୨୯୯ ଟଙ୍କାରେ ବଜାର ପ୍ରବେଶ କରାଇଥିଲା। ଏଥିରେ ୟୁଜର୍ସଙ୍କୁ ୧.୬ କଲର ରେଞ୍ଜ ମିଳିବ। ଏହାସହିତ ଏହି ଲ୍ୟାମ୍ପରେ ୧୨ ଓ୍ଵାଟ ପାଓ୍ଵାର ବ୍ୟାକଅପ ଦିଆଯାଇଛି। ସେହିପରି କମ୍ପାନୀ ଦାବି କରିଛି ଯେ ଏହି ଲ୍ୟାମ୍ପ ବିନା କୌଣସି ଖରାପରେ ୧୧ ବର୍ଷ ପଯ୍ୟର୍ନ୍ତ ଚାଲିବ। ଏହାଛଡା ଗ୍ରାହକଙ୍କୁ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆଲେକ୍ସାର ସପୋର୍ଟ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.