ଆର୍ଯ୍ୟନ୍‌ ଖାନ ମାମଲା: ୧୮ କୋଟିରେ ଫାଇନାଲ୍‌ ହୋଇଥିଲା ଡିଲ୍‌, ସମୀର ୱାନଖେଡେ ନେଇଥିଲେ ଅଗ୍ରୀମ ୫୦ ଲକ୍ଷ ଟଙ୍କା!

ଆର୍ଯ୍ୟନ ଖାନ ମାମଲାରେ ଏନ୍‌ସିବିର ପୂର୍ବତନ ଅଧିକାରୀ ସମୀର ୱାନଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫ୍‌ଆଇଆର ପଞ୍ଜୀକୃତ କରିଛି।

ଆର୍ଯ୍ୟନ ଖାନ ମାମଲାରେ ଏନ୍‌ସିବିର ପୂର୍ବତନ ଅଧିକାରୀ ସମୀର ୱାନଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫ୍‌ଆଇଆର ପଞ୍ଜୀକୃତ କରିଛି। ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ନ ଫସାଇବା ପାଇଁ ସମୀର ୱାନଖେଡେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

ଏଫ୍‌ଆଇଆର ମୁତାବକ, ସମୀର ୱାନଖେଡେଙ୍କ ନିର୍ଦ୍ଦେଶରେ ଗୋସାଭି ଆର୍ଯ୍ୟନ ଖାନ ମାମଲାରେ ୨୫ କୋଟି ଟଙ୍କା ମାଗିଥିଲେ। ଏହି ରାଶି ବଦଳରେ ସେ ଭରସା ଦେଇଥିଲେ କି, ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ ମାମଲାରେ ଫସାଯିବ ନାହିଁ।

ସମୀର ୱାନଖେଡେ ଏହି ଡିଲ୍‌ ପାଇଁ ଟଙ୍କା କାରବାରରେ ଗୋସାଭିଙ୍କୁ ସମ୍ପୂର୍ଣ୍ଣ ଛାଡ ଦେଇଥିଲେ। ଗୋସାଭି ୧୮ କୋଟି ଟଙ୍କାରେ ଡିଲ୍‌ ଫାଇନାଲ କରିଥିଲେ। କେବଳ ଏତିକି ନୁହେଁ, ସେ ଅଗ୍ରୀମ ଭାବରେ ୫୦ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ।

ତଦନ୍ତ ସମୟରେ ସମୀର ୱାନଖେଡେ ତାଙ୍କ ବିଦେଶ ଯାତ୍ରା ବିଷୟରେ ସଠିକ୍ ସୂଚନା ଦେଇ ନ ଥିଲେ। ଏଥିସହ ସେ ନିଜର ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ମଧ୍ୟ ଠିକ୍‌ ତଥ୍ୟ ଦେଇ ନ ଥିଲେ। ସମୀର ୱାନଖେଡେଙ୍କ ପାଖରେ ଆୟଠାରୁ ଅଧିକ ସମ୍ପତ୍ତି ଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.